Pratidin TV

Odisha's Digital News Platform

CAA ଅଧୀନରେ , ୧୪ ଜଣଙ୍କୁ  ମିଳିଲା ଭାରତର ନାଗରିକତା..

1 min read

ନାଗରିକତା ଅଧିନିୟମ ଅନୁଯାୟୀ ପ୍ରଥମଥର   ୧୪ ଜଣଙ୍କୁ  ମିଳିଲା ଭାରତର ନାଗରିକତା । “ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ପ୍ରଥମ ସେଟ୍ ନାଗରିକତ୍ୱ ପ୍ରମାଣପତ୍ର ବୁଧବାର ସରକାର ଜାରି କରିଛନ୍ତି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର ନାଗରିକତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ସିଏଏରେ ଥିବା ପ୍ରମୁଖ କଥାଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ। ଏହା ସହିତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରକ୍ରିୟା ମଧ୍ୟ  ଆରମ୍ଭ ହୋଇଯାଇଛି। 

ଲୋକସଭା ନିର୍ବାଚନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ମାର୍ଚ୍ଚ ୧୧ ରେ ନାଗରିକତ୍ୱ (ସଂଶୋଧନ) ଆଇନ କେନ୍ଦ୍ର ସରକାର ଲାଗୁ କରିଥିଲେ। ଭାରତୀୟ ନାଗରିକତ୍ୱ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଆବେଦନ ଗ୍ରହଣ କରିବାକୁ ସିଏଏ ନିୟମ ଜିଲା ସ୍ତରୀୟ କମିଟି (DLC) କୁ ଅନୁମତି ପ୍ରଦାନ କରେ। ନାଗରିକତ୍ୱ ପ୍ରଦାନ ପୂର୍ବରୁ ଆବେଦନଗୁଡିକ ଯାଞ୍ଚ କରିବାକୁ ସେମାନେ ରାଜ୍ୟ ସ୍ତରୀୟ ସଶକ୍ତ କମିଟିକୁ ମଧ୍ୟ ଅଧିକ ସଶକ୍ତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *