Pratidin TV

Odisha's Digital News Platform

ବେକାରୀ ସମସ୍ୟା ରେକର୍ଡ ଭାଙ୍ଗିଲା ଜମ୍ମୁ-କଶ୍ମୀର; ବେରୋଜଗାର ସଂଖ୍ୟା ୩.୫୨ ଲକ୍ଷକୁ ବୃଦ୍ଧି

1 min read

ଜାମ୍ମୁ କାଶ୍ମୀରର ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି | ରେକର୍ଡ ଭାଙ୍ଗିଛି ବେକାରୀ ସମସ୍ୟା | ଏଥିଯୋଗୁଁ ଚିନ୍ତାରେ ଜାମ୍ମୁ କାଶ୍ମୀରବାସୀ | ତେବେ ଜାମ୍ମୁ କାଶ୍ମୀରର ନିର୍ଦ୍ଦେଶାଳୟ ତଥ୍ୟ ଅନୁଯାୟୀ, ୨0୨୪ର ପ୍ରଥମ ୩ ମାସ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାରୀ ଅଛନ୍ତି ବୋଲି ଜଣାପଡିଛି | ଏଥିମଧ୍ୟରୁ ୧.0୯ ଲକ୍ଷ ଯୁବକ ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ ଥାଇ ମଦାୟ ରାଜ୍ୟରେ ୩୧ ପ୍ରତିଶତ ଯୁବକ ବେକାରୀ ଅଛନ୍ତି |

ତେବେ ସେଣ୍ଟର ଫର ମନିଟରିଂ ରିପୋର୍ଟ ଅନୁସାରେ, ଜାମ୍ମୁ କାଶ୍ମୀର ବେକାରୀ ହାର ୨୩.୧ ପ୍ରତିଶତ ଅଟେ ଏବଂ ଏହା ସାରା ଭାରତରେ ସର୍ବାଧିକ | ଏହା ବିକ୍ରୀ ସମସ୍ୟା ବୃଦ୍ଧି ହେଉଥିବା ଦେଖାଉଚି | ଯୁବକମାନେ ସ୍ନାତକ କରିବା ସତ୍ତ୍ୱେ ବୃଦ୍ଧି ପାଉଛି ରାଜ୍ୟରେ ବେକାରୀ ସଂଖ୍ୟା | ରୋଜଗାର ନିର୍ଦ୍ଦେଶକ ନିସାର ଅହମ୍ମଦ ୱାନିଙ୍କ ଅନୁସାରେ, ୨0୨୩ର ଶେଷ ୩ ମାସରେ ବେକାରୀ ସ୍ନାତକ ଏବଂ ପୋଷ୍ଟ ସ୍ନାତକ ସଂଖ୍ୟା ୧0 ହଜାର ବୃଦ୍ଧି ପାଇଛି |

Advertisement

ରାଜ୍ୟରେ ବଢୁଥିବା ବେକାରୀ ସଙ୍କଟ ଏବଂ ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀ ପୁରଣ ପାଇଁ ସରକାର ଖୁବଶୀଘ୍ର ପଦକ୍ଷପ ନେବାକୁ ଯାଉଛି | ଯେପରି ବେକାରୀ ସମସ୍ୟା ହ୍ରାସ ପାଇବ | ରାଜ୍ୟରେ ଯୋଗ୍ୟତା ଅନୁଯାୟୀ ରୋଜଗାର ଯେପରି ଯୁବକ ପାଇବେ ତାହା ଉପରେ କାର୍ଯ୍ୟ କରିବ ସରକାର |

Leave a Reply

Your email address will not be published. Required fields are marked *