Pratidin TV

Odisha's Digital News Platform

ନୀଳ ଶାଢ଼ୀ ପିନ୍ଧି ବଜେଟ୍ ଉପସ୍ଥାପନ କଲେ ସୀତାରମଣ..

1 min read

ଆଜି ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ୍ । ଯାହା ଉପରେ ପୁରା ଦେଶର ନଜର ରହିଥିଲା । ଗତ କିଛି ବର୍ଷ ହେଲା ବଜେଟ୍‌ରେ ଅର୍ଥମନ୍ତ୍ରୀ ଶାଢ଼ୀ ପିନ୍ଧାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ । ଚଳିତବର୍ଷ ମଧ୍ୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ପରିବେଷଣ କରିବା ପୂର୍ବରୁ ନୀଳ ରଙ୍ଗର ହାତତିଆରି ଏକ ସିଲ୍କ ଶାଢ଼ୀରେ ନଜର ଆସିଥିଲେ । ଅର୍ଥମନ୍ତ୍ରୀ ସବୁବେଳେ ହାତବୁଣା ଲୁଗା ପିନ୍ଧିବାକୁ ପସନ୍ଦ କରିଥାଆନ୍ତି । ଏହି ଶାଢ଼ି ପିନ୍ଧି ଅର୍ଥ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହାତବୁଣା ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପ୍ରୋତ୍ସାହନ ଦେବା ।

୨୦୧୯ରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନା ବେଳେ ରାନୀ ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୦ ବଜେଟ୍ ସମୟରେ ସେ ହଳଦିଆ ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୧ରେ ୩ୟ ବଜେଟ୍ ବେଳେ ନିର୍ମଳା ଧଳା ଓ ନାଲି ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୨ରେ ବ୍ରାଉନ୍ ରଙ୍ଗର ଶାଢୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ । ସେହିପରି ୨୦୨୩-୨୦୨୪ ବଜେଟ୍ ଉପସ୍ଥାପନା ବେଳେ ସେ ଲାଲ୍ ରଙ୍ଗର ସମ୍ବଲପୁରୀ ସିଲ୍କ ଶାଢୀରେ ନଜର ଆସିଥିଲେ । ଯାହା ଟେମ୍ପଲ୍ ଶାଢୀ ଭାବେ ପରିଚିତ । ଅର୍ଥମନ୍ତ୍ରୀ ଖାସ୍ ମୁହୁର୍ତ୍ତରେ ସର୍ବଦା ହାତତିଆରି ଶାଢୀ ପିନ୍ଧୁଥିବା ବେଳେ କଳା ରଙ୍ଗର ଶାଢୀ ପିନ୍ଧିବାର କେବେ ନଜର ଆସିନାହାନ୍ତି । ଦେଶର ଏତେବଡ଼ ଦାୟିତ୍ୱ ସମ୍ଭାଳୁଥିବା ନିର୍ମଳା ସୀତାରମଣ ସର୍ବାଦା ଶାଢୀରେ ହିଁ ନଜର ଆସିଥାନ୍ତି ।

Leave a Reply

Your email address will not be published. Required fields are marked *