Pratidin TV

Odisha's Digital News Platform

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ୯ଟି କ୍ଷେତ୍ର ଉପରେ ଫୋକସ୍

1 min read

ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି। ଅନ୍ତରୀଣ ବଜେଟରେ ୪ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ।

ବିକଶିତ ଭାରତ ପାଇଁ ନିଜର ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ୯ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇଛନ୍ତି । ସେଗୁଡ଼ିକ ହେଉଛନ୍ତି କୃଷି, ରୋଜଗାର, ଅନ୍ତର୍ଭୁକ୍ତ ବିକାଶ, ଉତ୍ପାଦନ ଓ ସେବା କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଓ ବିକାଶ ଓ ନୂଆ ପିଢିର ସଂସ୍କାର ।

Leave a Reply

Your email address will not be published. Required fields are marked *