Pratidin TV

Odisha's Digital News Platform

ରାକ୍ଷୀ ଫୂର୍ଣ୍ଣିମାରେ କେନ୍ଦ୍ର କ୍ୟାବିନେଟର ବଡ ଭେଟି; ଉଜ୍ଜ୍ୱଳା ଯୋଜନାର ୨୦୦ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର..

1 min read

ନୂଆଦିଲ୍ଲୀ : ରାକ୍ଷୀ ଫୂର୍ଣ୍ଣିମାରେ କେନ୍ଦ୍ର କ୍ୟାବିନେଟର ବଡ ଭେଟି । ଆଶ୍ୱସ୍ତ ମାରିବେ ଖାଉଟି ।ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର (ଏଲପିଜି ମୂଲ୍ୟ)କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରିଛନ୍ତି ।  ସେହିପରି  ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେ ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ଘୋଷଣା  କରିଛନ୍ତି । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଟ୍ୱିଟ୍ କରି ସୂଚାନ ଦେଇଛନ୍ତି ।

ତେବେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍ସିଡିକୁ ମଞ୍ଜୁର କରାଯାଇଛିଚା। ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।

Leave a Reply

Your email address will not be published. Required fields are marked *