ଆତଙ୍କବାଦୀଙ୍କୁ ଦିଆଯିବ ଜବାବ, ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…
1 min readରବିବାର ଦିନ ଜମ୍ମୁକଶ୍ମୀର ଗସ୍ତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା | ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁକଶ୍ମୀର ଯିବେ | ସେଠାରେ ସେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେବେ। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଲଗାତର ଆକ୍ରମଣ କରୁଛନ୍ତି। ତେଣୁ ଏସବୁ ଆକ୍ରମଣ ଓ ଅମରନାଥ ଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର’ ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେବେ। ଏମାନଙ୍କ ସହ ମିଶି ଘାଟିରୁ ଆତଙ୍କବାଦକୁ ସଫା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଗୃହମନ୍ତ୍ରୀ।
ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି ତଥା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।