Pratidin TV

Odisha's Digital News Platform

ସ୍ୱଚ୍ଛତାର ବାର୍ତ୍ତା ଦେଲେ ଧର୍ମେନ୍ଦ୍ର ପ୍ରଧାନ , ହାତରେ ଝାଡୁ ଧରି ବସ୍ତି ଓଳାଇଲେ କେନ୍ଦ୍ରମନ୍ତ୍ରୀ ….

1 min read

ଦିନିକିଆ  ଓଡ଼ିଶା ଗସ୍ତରେ ଆସିଛନ୍ତି  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଜଧାନୀର ବୁଦ୍ଧ ପାର୍କରେ ଲୋକଙ୍କୁ ଚାରା ବଣ୍ଟନ କରିବା ସହ ବୃକ୍ଷରୋପଣ କରିଛନ୍ତି। ତାଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ବି ବୃକ୍ଷରୋପଣ କରିଛନ୍ତି। ଏହାଛଡ଼ା ସେ ୟୁନିଟ୍-୮ରେ ଥିବା  ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ଏହା ପରେ ମଙ୍ଗଳା ବସ୍ତିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ହାତରେ ଝାଡୁ ଧରି ନିଜେ ବସ୍ତିର ରାସ୍ତାକୁ ଓଳାଇବା ସହ ରାସ୍ତାରେ ପଡ଼ି ରହିଥିବା ଅଳିଆକୁ ହାତରେ ଉଠାଇ ସଫା କଲେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମେୟର ସୁଲୋଚନା ଦାସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଶନିବାର ମଙ୍ଗଳା ବସ୍ତିରେ ବିଏମ୍‌ସିର କିଛି ସ୍ୱଚ୍ଛ ସିପାହୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ବସି ଏକାଠି ଚା’ ପିଇଥିଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେ ନିଜର ‘ଏକ୍ସ’ରେ ସେୟାର କରିଛନ୍ତି କେବଳ ଏତିକି ନୁହେଁ

Leave a Reply

Your email address will not be published. Required fields are marked *