କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଆଉ ଏକ ବଡ଼ ଦାୟିତ୍ୱ !
1 min readକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଖୁବ ଜଲ୍ଦି ବଡ଼ ଏକ ଦାୟିତ୍ୱ | କାରଣ ଦେଶର ଶାସକ ଦଳ ଭାଜପାର ପରବର୍ତ୍ତୀ ଅଧକ୍ଷ କିଏ ହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ଏହି ରେସରେ ସବୁଠୁ ଆଗରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ପୂର୍ବରୁ ମଧ୍ୟ ଭୁପେନ୍ଦ୍ର ଯାଦବ, ବିନୋଦ ତିୱାରୀ, କେଶବ ପ୍ରସାଦ ଙ୍କ ନାଁ ସାମିଲ ଥିବା ବେଳେ ଜୁଲାଇ ୨୮ ପରେ ଦେବେନ୍ଦ୍ର ଫରନଭୀଷଙ୍କ ନାଁ ମଧ୍ୟ ହୋଇଛି ସାମିଲ | ସେ ଦଳର ନୂତନ ସଭାପତି ହୋଇପାରିବେ ବୋଲି କୁହାଯାଉଛି | ତେବେ ଏହି ସମୀକରଣକୁ ମଧ୍ୟ ବିଚାର କରାଯାଉଛି ଯାହା ଆଧାରରେ ଏକ ନୂତନ ଅଧକ୍ଷ ଆଣିବା ଉପରେ ବିଚାର କରଯାଇପାରିବ |
ଏଥିରେ ଓବିସି କାର୍ଡ ଆଗାମୀ ନିର୍ବାଚନ ଏବଂ ଭାଜପା ଆରଏସଏସ କେନ୍ଦ୍ରୀୟ ନେତାଙ୍କ ନିକଟତର ଉପରେ ପରବର୍ତ୍ତୀ ଅଧକ୍ଷଙ୍କ ବିଷୟରେ କଳ୍ପନା ଜଳ୍ପନା କରାଯାଉଛି | ଓବିସି ଏବଂ ଦଳିତ କାର୍ଡରେ ବଡ଼ ଖେଳ ଖେଳାଯାଉଥିବା ଇଣ୍ଡିଆ ଏଲାଏନ୍ସକୁ ଦେଖାଇ ଦଳିତ ସମ୍ପ୍ରଦାୟର ପରବର୍ତ୍ତୀ ଅଧକ୍ଷ ଦେଇପାରେ ବୋଲି କଳ୍ପନା ଜଳ୍ପନା ଚାଲିଛି | ତେବେ ଯଦି ଏହା ଘଟେ ତବେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଭୁପେନ୍ଦ୍ର ଯାଦବ ଏଥିପାଇଁ ଫିଟ ହେବେ |