Pratidin TV

Odisha's Digital News Platform

ବଡ ଦାୟିତ୍ୱ ନେଇ ଓଡିଶା ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବଡ ଦାୟିତ୍ୱ ନେଇ ଓଡିଶା ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡିଶା ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ନେଇଛନ୍ତି ଓଜନିଆ ବିଭାଗ । ଆରମ୍ଭରୁ ୧୦ ବର୍ଷଧରି ମୋଦି ମନ୍ତ୍ରୀ ମଣ୍ଡଳରେ ରହିଥିବା ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି । ତେବେ ଦାୟିତ୍ୱ ଗ୍ରହଣ ପରେ ଆଜି ସେ ଓଡିଶା ଫେରିଆସିଛନ୍ତି । ଭୁନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ସେହିଭଳି ଜୁଏଲଓରାମଙ୍କୁ ଆଦିବାସୀ ବେପାର ବିଭାଗ ଦିଆଯାଇଛି । ରାଜ୍ୟସଭା ସଦସ୍ୟ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବଭଳି ରେଳ , ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଦିଆଯାଇଛି । ଏଥିସହିତ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରଦାନ କରାଯାଇଛି । ଏଥର ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାଙ୍କୁ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *