କୁଞ୍ଚେଲପଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚା’ ଚର୍ଚ୍ଚା….ଗାଁ ଘର ବୁଲି ପ୍ରଚାର କରି କଲେ ଭୋଟ ଭିକ୍ଷା
1 min readସମ୍ବଲପୁର ସହରର କୁଞ୍ଚେଲପଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେ ୮ ତଥାଟ ଗତକାଲି ‘ଚାୟୋ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଏହି ଅବସରରେ ଶତାଧିକ ବିଜେପି କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କୁଞ୍ଚେଳପଡା ଠାରେ ଥିବା ଏକ ଚା’ ଦୋକାନରେ ଥିବା ପାହାଚରେ ସାଧାରଣ ଲୋକଙ୍କ ପରି ବସି ଚା ପିଇବା ସ଼ହ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ l
ଏହାସହ ସେ ସମ୍ବଲପୁରର ଅନ୍ୟତମ ପ୍ରସିଦ୍ଧ ସୁଆଦିଆ ଖାଦ୍ୟ ବ୍ୟଞ୍ଜନ ସରସତିଆ ଓ ଚାଉଲବରାକୁ ମଧ୍ୟ ଖାଇଥିଲେ l ପରେ କେନ୍ଦ୍ରମନ୍ତ୍ରୀ କୁଞ୍ଚେଲପଡା ଠାରେ ଘରକୁ ଘର ବୁଲି ନିଜ ନିର୍ବାଚନୀ ପ୍ରଚାର କାର୍ଯ୍ୟ କରିଥିଲେ l ଏହାସହ ମୋଦି ସରକାରଙ୍କ ଉପଲବ୍ଧି ଓ ବିଜେପିର ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇଥିଲେ l ଏପରିକି ଲୋକଙ୍କୁ ନିଜର ପ୍ରଚାର ଉଦ୍ଦେଶ୍ୟରେ ଥିବା ଲିପଲେଟ ଦେବା ସହ ଲୋକଙ୍କ ଘରେ ଲିପଲେଟକୁ ଲଗାଇଥିଲେ l ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଥର ଓଡ଼ିଶାରେ ପରିବର୍ତ୍ତନ ନିଣ୍ଟିତ ହେବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିରୋଧିଦଳ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l