Pratidin TV

Odisha's Digital News Platform

କୃଷକଙ୍କ ସହ ମିଶି ବିଲରେ ପଶି ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ ..

ବିଲରେ ପଶି  ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ  ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ କର୍ଣ୍ଣାଟକ ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି। କୁମାରସ୍ୱାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମ।

ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ ପରଲୋକରେ କେ.ନଟବର ସିଂହ କୃଷକମାନେ ମୋର ପରିବାର ଏବଂ ଚଳିତ ବର୍ଷର ଚାଷରେ ଯୋଗଦେବା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ। ମୁଁ ମୋର କୃଷି ସମ୍ପ୍ରଦାୟ ସହିତ ଜଡିତ ହୋଇ ଖୁସି ଅଛି। କୁମାରସ୍ୱାମୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବିଥିଲି ଯେ କୃଷି ବିଭାଗ ମୋତେ ଦିଆଯିବ। ଆମର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ କୃଷକଙ୍କ ସମସ୍ୟା ମଧ୍ୟ ଜାଣିଛନ୍ତି। ଏହାସହିତ  କୃଷକ ସମ୍ପ୍ରଦାୟକୁ ସେ ସମ୍ପୂର୍ଣ୍ଣ ଆଶ୍ୱାସନା ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରକାର ଶକ୍ତି ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *