Pratidin TV

Odisha's Digital News Platform

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା

1 min read

ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଗତକାଲି ସଂସଦର ଉପର ଗୃହର ନେତା ଭାବେ ତାଙ୍କୁ ନିଯୁକ୍ତି କରାଯାଇଛି | ବିଜେପିର ତୃତୀୟ ପାଳିର ସରକାରରେ କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି।

ସୂଚନା ଅନୁଯାୟୀ, ଜେପି ନଡ୍ଡା ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସେ ରାଜ୍ୟସଭାର ନେତା ଭାବେ ନିର୍ବାଚିତ ହୋଇଛନ୍ତି | ପିୟୂସ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭାର ନେତା ଭାବେ ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।

Advertisement

ଅନ୍ୟପଟେ ଗତକାଲି ସୋମବାର ଠାରୁ ଲୋକସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ୨୮0 ସାଂସଦମାନେ ଶପଥ ପାଠ କରିଛନ୍ତି | ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ଅନ୍ୟ ସାଂସଦମାନେ ଶପଥପାଠ କରିଛନ୍ତି।

Leave a Reply

Your email address will not be published. Required fields are marked *