Pratidin TV

Odisha's Digital News Platform

ଏଥର ବଜେଟରେ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ, ପ୍ରଥମ ଥର ପାଇଁ ଏଥର ଜମ୍ମୁ-କଶ୍ମୀରର ବଜେଟ

1 min read

ଆଜି ଆସିବ ୨୦୨୪-୨୫ ବଜେଟ। ସପ୍ତମ ଥର ଲାଗି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ଣ୍ଣାଙ୍ଗ ବଜେଟର ରୂପରେଖ କଣ ରହିବ ତାହା ଉପରେ ରହିଛି ଦେଶବାସୀଙ୍କ ନଜର। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ନୂଆ ଯୋଜନା, ନୂଆ ଆର୍ଥିକ ନୀତି ଆଦି ଉପରେ ଫୋକସ କରିବେ ନିର୍ମଳା।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରର ୩.୦ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ତେବେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ ଦେଇଛି। ଏହା ମୋଦିଙ୍କ ଗୁରୁ ମନ୍ତ୍ର ହୋଇଥିବା ବେଳେ ତାହା ଉପରେ ଆଧାରିତ ହୋଇଛି ଏଥରର ବଜେଟ। ଏଥର ବଜେଟରେ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ।

Advertisement

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ, କଶ୍ମୀର ପାଇଁ ସଂସଦରେ ଆଗତ ହେବ ବଜେଟ । ଆଜି ବଜେଟ ଉପସ୍ଥାପନ ହେବ ଓ ଆସନ୍ତାକାଲି ଏହା ଉପରେ ଚର୍ଚ୍ଚା ହେବ । ଅର୍ଥମନ୍ତ୍ରୀ ବଜେଟ ଉପରେ ହୋଇଥିବା ଚର୍ଚ୍ଚାର ଉତ୍ତର ଆସନ୍ତା ୩୦ ତାରିଖରେ ଦେବେ ।

Leave a Reply

Your email address will not be published. Required fields are marked *