Pratidin TV

Odisha's Digital News Platform

କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଜୋତା କାଢ଼ିଲେ, ପାଇଜାମା ସଜାଡ଼ିଲେ ଅଫିସର

1 min read

ମନ୍ତ୍ରୀଙ୍କ ପାଦରୁ ଜୋତା ଖୋଲିଲେ ଅଫିସର | ଏହାକୁ ନେଇ ଏବେ ଦେଖା ଦେଇଛି ବିବାଦ | ଭାରତ କୋକିଂ କୋଲ୍ ଲିମିଟେଡର (BCCL) ଜଣେ ବରିଷ୍ଠ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କ ଜୋତା ଖୋଲିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ଜୋତା ନୁହେଁ ଭିଡିଓରେ କେନ୍ଦ୍ରମନ୍ତ୍ରୀଙ୍କର ପାଇଜାମା ମଧ୍ୟ ଠିକ କରୁଛନ୍ତି BCCLର ଜଣେ ଜେନେରାଲ ମ୍ୟାନେଜର ରାଙ୍କର ଅଧି୍କାରୀ ।

କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ନିକଟରେ ଝାଡଖଣ୍ଡ ଗସ୍ତରେ ଆସିଥିଲେ । ଆଉ ଏହି ସମୟରେ ଅଧିକାରୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସ୍ଥାନୀୟ ମୁନିଧ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ମାଇନ ଭିତରକୁ ପ୍ରବେଶ କରିବା ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି । ତେବେ ଅଧିକାରୀ ଜଣଙ୍କ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଛନ୍ତି । ଭିଡିଓ ଦେଖିବା ପରେ ଯାହାକିଛି ମତ ରଖିବେ ବୋଲି କହି ଏଡ଼ାଇ ଯାଇଥିଲେ । ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

Advertisement

ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ୟୁଜଶ ଅନେକ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ଜଣେ ଅଧିକାରୀଙ୍କ ପ୍ରତି ଏହା ଉଚିତ ସମ୍ମାନ ନୁହେଁ । ଏପରି ଘଟଣା ପାଇଁ ମନ୍ତ୍ରୀ କ୍ଷମା ମାଗନ୍ତୁ । ଏଥିସହ ସମସ୍ତ ନିୟମର ଉଂଲଘନ କରିଥିବାରୁ ଉକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ପଦୋନ୍ନତି କରାଇ ସମ୍ମାନ ଫେରାନ୍ତୁ ।

ସେନ୍ଦ୍ରା-ବନସଜୋରା ନିକଟରେ ଥିବା ସବସିଡେନ୍ସ ପ୍ରବଣ ଅଞ୍ଚଳ ପରିଦର୍ଶନରେ ଆସିଥିଲେ ମନ୍ତ୍ରୀ । ଏଥିସହ ମୁନିଧ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ମାଇନ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ରାଜଗଞ୍ଜ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଏକ ମିନି ସାଇନ୍ସ ଲ୍ୟାବର ମଧ୍ୟ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।

Leave a Reply

Your email address will not be published. Required fields are marked *