ବଡବିଲରେ ଫୁଟିଛି ବିରଳ ପଦ୍ମଫୁଲ , ଦର୍ଶନ କଲେ ମିଳିବ ସମସ୍ତ ପାପରୁ ..
1 min readକେନ୍ଦୁଝର : ଆପଣମାନେ କେବେ ୧୦୦୦ ପାଖୁଡା ବିଶିଷ୍ଟ ପଦ୍ମ ଫୁଲ ବିଷୟରେ ଜାଣିଛନ୍ତି କି ? କେନ୍ଦୁଝର ଜିଲ୍ଲା ବଡବିଲରେ ଦେଖାଦେଇଛି ଏଭଳି ବିରଳ ଫୁଲ । ଯାହାକୁ ଦେଖିବାକୁ ଲାଗିଛି ହଜାର ହଜାର ଲୋକଙ୍କ ଭିଡ । ମାନ୍ୟତା ରହିଛି ଯେ ଯଦି କେହି ଏହି ୧୦୦୦ ପାଖୁଡା ବିଶିଷ୍ଟ ପଦ୍ମକୁ ଦର୍ଶନ କରେ ତେବେ ତାକୁ ପାପରୁ ମୋକ୍ଷ ମିଳେ । ତେବେ ଚାଲନ୍ତୁ ଜାଣିବା କେଉଁଠି ଫୁଟିଛି ଏହି ବିରଳ ଚତ୍ମକାର ଫୁଲ –
ବଡ଼ବିଲ ସହର ପି ଏଚ ଡି କଲୋନିସ୍ଥିତ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ପଦ୍ମ ଫୁଟିପାରିଛି।ବିଦେଶରୁ ଆମଦାନୀ ହୋଇଥିବା ଏହି ପଦ୍ମର କନ୍ଦାକୁ ବିଜୟ ମହାନ୍ତି ପ୍ରାୟ ବର୍ଷକ ତଳେ କଲିକତାରୁ ଆଣିଥିଲେ।ଗତ ବର୍ଷ ସେ କନ୍ଦା ରୋପଣ କରିଥିଲେ।ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ଥିଲେ। ପାଖାପାଖି ବର୍ଷେପରେ ଏଥିରେ କଢ଼ ଧରିଥିଲା।
କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ୧୫ ଦିନ ଲାଗିଗଲା। ଏବେ ଏହି ହଜାରେ ପାଖୁଡ଼ା ପଦ୍ମ ଫୁଲଟି ଦେଖିବାପରେ ଦେଖଣା ହାରୀଙ୍କ ମନମୋହି ନେଉଛି।ଏହି ପଦ୍ମର ରଙ୍ଗ ଗୋଲାପୀ ରଂଗ, ଅନ୍ୟ ପଦ୍ମ ଫୁଲ ଭଳି ଆକାର କିନ୍ତୁ ପାଖୁଡ଼ା ସଂଖ୍ୟା ହଜାରେ।ଏହି ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକଙ୍କ ଆଗମନ ହେଉଛି।ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି।ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଶହେ ପ୍ରକାର ଫୁଲ ଓ ବୃକ୍ଷ ( ପ୍ଲାଣ୍ଟ), ଏଠାରେ ଦେଖିବାକୁ ମିଳୁଛି।
ତେବେ ପ୍ରକୃତି ପ୍ରେମୀ ବିଜୟଙ୍କ କହିବା ଅନୁ୍ୟାୟୀ ଅନେକ ପୌରାଣିକ ତତ୍ତ୍ୱ ସହ ଜଡିତ ଅଛି ଏହି ଫୁଲ । ଏହି ଫୁଲକୁ ଯେଉଁମାନେ ଦର୍ଶନ କରନ୍ତି ତାଙ୍କୁ ପାପରୁ ମୋକ୍ଷ ମିଳିଥାଏ ।