Pratidin TV

Odisha's Digital News Platform

ଗାଁକୁ ନାହିଁ ରାସ୍ତା , କାଦୁଅ ପଚପଚ ରାସ୍ତାରେ ଧାନ ତଳି ପକାଇ ପ୍ରତିବାଦ କଲେ ଗ୍ରାମବାସୀ…

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା। କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ। ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି। ଏଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକ ଅଧୀନ ପରାସୀବାଡ଼ି ବେଗୁନିଆ ଗ୍ରାମରେ। ସେମାନେ କାଦୁଅ ପଚପଚ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ।  ମୁଖ୍ୟ ରାସ୍ତା ରୁ ୨ କିଲୋମିଟର ରାସ୍ତା ପାର ହେଲେ ଆପଣ ଗ୍ରାମରେ ପହଁଚିବେ।

ହେଲେ ଏହି ୨ କିଲୋମିଟର ରାସ୍ତା ପୁରା କାଦୁଅରେ ଭର୍ତ୍ତି। ଆଣ୍ଠୁଏ ଲେଖାଏଁ କାଦୁଅ ରାସ୍ତାରେ ଭର୍ତ୍ତି ହୋଇଥିବା କାରଣରୁ ଏହି ରାସ୍ତାରେ ଯିବା ଆସିବା ଯନ୍ତ୍ରଣା ସାଜିଛି। ଏହି ରାସ୍ତା ଏହି ପରୀ ଅବସ୍ଥାରେ ଦୀର୍ଘ ବର୍ଷ ହେବ ରହି ଆସିଥିଲେ ସୁଦ୍ଧା ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସହିତ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଯାହାକୁ ଆଧାର କରି ଆଜି ଗ୍ରାମବାସୀ ମାନେ ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ କରିଛନ୍ତି। ବିଦ୍ୟାଳୟ କୁ ଛାତ୍ରଛାତ୍ରୀମାନେ ଯାଇ ପାରୁ ନ ଥିବା ବେଳେ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀମାନେ ଯାଉଛନ୍ତି। ତେବେ ବର୍ଷା ଦିନେ ଏହି ରାସ୍ତା ବାହ୍ୟ ଜଗତ ରୁ ଏକ ପ୍ରକାର ବିଛିନ୍ନ ହୋଇ ରହୁଛି। ଏହି ଗ୍ରାମର ରୋଗୀମାନଙ୍କ ପାଇଁ ଏହି ଗ୍ରାମ ଯନ୍ତ୍ରଣା ଦେଉଛି। ଏହି ରାସ୍ତା ତୁରନ୍ତ ମରାମତି ନ ହେଲେ ଆଗାମୀ ଦିନରେ ଗ୍ରାମବାସୀମାନେ ରାଜରାସ୍ତା କୁ ଓହ୍ଲାଇବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *