Pratidin TV

Odisha's Digital News Platform

କର୍ମହିଁ ଭଗବାନ : ୨୬ ବର୍ଷ ଚାକିରୀରେ ଗୋଟିଏ ଦିନ ଛୁଟି , ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ନାମ …

ଏବେ ସପ୍ତାହରେ କର୍ମଚାରୀଙ୍କୁ ୩ ଦିନ ଛୁଟି ଦରକାର ହେଉଥିବା ବେଳେ , ଏମିତି ଜଣେ କର୍ମଚାରୀ ରହିଛନ୍ତି ଯିଏ ୨୬ ବର୍ଷ ମଧ୍ୟରେ ମାତ୍ର ଗୋଟାଏ ଦିନ ଛୁଟି ନେଇଛନ୍ତି । ସେ ଛୁଟି ଦିନରେ ବି ଅଫିସ୍ ଆସନ୍ତି । ଏହା ଟିକେ ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ ଅଟେ ୟୁପିର ବିଜନୋରରେ ରହୁଥିବା ତେଜପାଲ ସିଂ କରିଛନ୍ତି ଏହି ରେକର୍ଡ । । ତେଜପାଲ ସିଂଙ୍କ ଏହି ରେକର୍ଡ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ରେ ପଞ୍ଜିକୃତ ହୋଇଛି । ତେଜପାଲ ସିଂ କହିଛନ୍ତି ଯେ ତାଙ୍କର ୨୬ ବର୍ଷ କ୍ୟାରିଅରରେ ସେ କେବଳ ଗୋଟିଏ ଛୁଟି ନେଇଛନ୍ତି । ହୋଲି ହେଉ, ଦିୱାଲୀ ହେଉ କିମ୍ବା ରବିବାର, ସେ ସବୁବେଳେ ଅଫିସରେ ଉପସ୍ଥିତ ଥାଆନ୍ତି ।

ସୂଚନାନୂଯାୟୀ ତେଜପାଲ ୧୯୯୫ ରୁ କମ୍ପାନୀରେ କାର୍ଯ୍ୟ କରିଆସୁଛନ୍ତି । ଗୋଟିଏ ବର୍ଷରେ ପ୍ରାୟ ୪୫ ଛୁଟିଦିନ ରହିଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ କେବଳ ଗୋଟିଏ ଛୁଟି ନେଇଛନ୍ତି । ତେଜପାଲ ନିଜ ଇଚ୍ଛାରେ ଏହି କାମ କରନ୍ତି , ଏହା ପଛରେ କୌଣସି ଚାପ ନଥିଲା , ସେ କୌଣସି ରେକର୍ଡ ତିଆରି କରିବାର ଚିନ୍ତା କରିନଥିଲେ । ହେଲେ ବର୍ତ୍ତମାନ ଏହା ରକେର୍ଡ ସୃଷ୍ଟି କରିଛି । ସୂଚନାନୁସାରେ ୨୬ ଡିସେମ୍ବର ୧୯୯୫ ରେ ତେଜପାଲ ସିଂ ଦ୍ୱାରିକେଶ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କିରାଣୀ ଭାବରେ ଯୋଗ ଦେଇଥିଲେ । କମ୍ପାନୀର ସାପ୍ତାହିକ ଛୁଟି ଏବଂ ଅନ୍ୟାନ୍ୟ ଛୁଟି ଅନ୍ତର୍ଭୂକ୍ତ କରି ଗୋଟିଏ ବର୍ଷରେ ପ୍ରାୟ ୪୫ଟି ଛୁଟି ପାଇଥାଉ ।

କିନ୍ତୁ ତେଜପାଲ ୧୯୯୫ ରୁ ୨୦୨୧ ପର୍ଯ୍ୟନ୍ତ କେବଳ ଗୋଟିଏ ଛୁଟି ନେଇଛନ୍ତି । ଯେତେବେଳେ ସେ ତାଙ୍କ ସାନ ଭାଇ ପ୍ରଦୀପ କୁମାରଙ୍କ ବିବାହ ହୋଇଥିଲା ସେତେବେଳେ ସେ କେବଳ ୧୮ ଜୁନ୍ ୨୦୦୩ ରେ ଏହି ଛୁଟି ନେଇଥିଲେ । ତେଜପାଲ ସିଂଙ୍କ ଛୁଟି ନେଇ ନଥିବାର ରେକର୍ଡ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛି । ତେଜପାଲ ତାଙ୍କର ଦୁଇ ସାନଭାଇ ଏବଂ ପୁର ପରିବାର ସହିତ ରୁହନ୍ତି । ତେଜପାଲଙ୍କର ଚାରି ସନ୍ତାନ ଅଛନ୍ତି । ଦୁଇ ପୁଅ ଏବଂ ଦୁଇ ଝିଅ । ତେଜପାଲ ସିଂ ସବୁବେଳେ ଠିକ୍ ସମୟରେ ଅଫିସରେ ପହଞ୍ଚନ୍ତି ଏବଂ ଠିକ୍ ସମୟରେ ଆସିଥାନ୍ତି ।

Leave a Reply

Your email address will not be published. Required fields are marked *