Pratidin TV

Odisha's Digital News Platform

ସ୍ୱାର୍ଥପର ଦୁନିଆରେ ସାମ୍ନାକୁ ଆସିଲା ଶାଶ୍ୱତ ପ୍ରେମ କାହାଣୀ , ୩ଫୁଟର କନିଆଁକୁ ୫ଫୁଟର ବର …

ପ୍ରେମ ଯେବେ ସିନ୍ଦୁରର ପରିଚୟ ପାଏ ସେତେବେଳେ ଲୋକେ କୁହନ୍ତି ଗପ ହେଲେ ବି ସତ । ସତରେ ପ୍ରେମ କେବେ ଶାଶ୍ୱତ , କେବେ ଚିରନ୍ତନ , କେବେ ସୁନ୍ଦର । ସତରେ ଯଦି ଜୀବନରେ ପ୍ରକୃତ ଜୀବନ ସାଥୀଟେ ମିଳିଯାଏ ତାହେଲେ ଜୀବନରେ ଖେଳିଯାଏ ସାତ ରଙ୍ଗର ସମ୍ଭାର । ନାଁ ସେ କେବେ ଦେଖିଥାଏ ସୁନ୍ଦରତା ପ୍ରତିଟି ମୁହୂର୍ତ୍ତକୁ ସଜାଡ଼ି ଦେଇ ଆପଣଙ୍କୁ ଆଗକୁ ବଢ଼ାଇ ଦେଇଥାଏ । ସତରେ ଏ କାହାଣୀ ଦଖେିଲେ ଆପଣ ବି କହିବେ ପ୍ରେମ ଆଉ କଣ କି ?ଏ ଦୁହିଁକ ପ୍ରେମ ଆଗରେ ହାରିଯାଇଛି ଉଚ୍ଚତା । ଆଉ ଆଜି ସାତ ଜନ୍ମକୁ ସାଥୀ ହୋଇ ରହିବାର ପ୍ରତିଜ୍ଞା କରିଛନ୍ତି ଦୁହେଁ । ଏ ହେଉଛନ୍ତି ୫ ଫୁଟର ବରକୁ ୩ ଫୁଟର କନିଆଁ । ଏମାନଙ୍କ ପାଇଁ ପ୍ରେମ ହିଁ ଦୁନିଆଁ । ପ୍ରଥମ ଦେଖାରେ ମିଶିଲା ମନ, ମନ୍ଦିରରେ ହେଲା ମିଳନ । ଆଉ ସାତ ଜନମ ପାଇଁ ସାଥି ହୋଇଗଲେ ସନ୍ଧ୍ୟା ଓ ପ୍ରଭାତ । ପ୍ରେମରେ ଉଚ୍ଚ ନିଚ୍ଚ କିଛି ନଥାଏ, ନଥାଏ ବି ବଡ ସାନ । ବାସ୍ ହୃଦୟ ପଢିପାରୁଥିବା ମଣିଷଟେ ମିଳିଗଲେ ସୁନ୍ଦର ହୁଏ ଜୀବନ । ଏଇକଥାକୁ ବେଶ ଭଲଭାବେ ବୁଝି ନିଜ ଭଲପାଇବାକୁ ସ୍ୱାମୀ ସ୍ତ୍ରୀ ଭାବେ ସ୍ୱୀକୃତି ଦେଇଛନ୍ତି ଦୁହେଁ । ଆଉ ବାନ୍ଧି ହୋଇଛନ୍ତି ବିବାହ ବନ୍ଧନରେ ।

ମଧ୍ୟପ୍ରଦ୍ଦେଶ ଜବଲପୁର ଖମାରିଆର ଏକ ଦମ୍ପତ୍ତିଙ୍କ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି । ୮ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ପ୍ରଭାତ ନିକଟରେ ସନ୍ଧ୍ୟାଙ୍କୁ ନିଜର ଜୀବନ ସାଥୀ କରିଛନ୍ତି । ତେବେ ଏହି ବିବାହର ନିଆରା କଥା ହେଲା ପ୍ରଭାତଙ୍କ ଉଚ୍ଚତା ୫ ଆଉ ସନ୍ଧ୍ୟାଙ୍କ ଉଚ୍ଚତା ମାତ୍ର ୩୬ ଇଞ୍ଚ । ଏବେ ସେମାନଙ୍କର ବିବାହର ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ଭାଇରଲ ହେଉଛି । କନ୍ୟା ସନ୍ଧ୍ୟା ହେଉଛନ୍ତି ରିଭାର ବାସିନ୍ଦା । ସେ ଖମାରିଆ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି । ତାଙ୍କର କମ୍ ଉଚ୍ଚତା ହୋଇଥିବାରୁ ସେ ବହୁ ସମୟରେ ସମାଲୋଚନାର ଶିକାର ହୋଇଥାନ୍ତି । ଇତିମଧ୍ୟରେ ପ୍ରଭାତଙ୍କ ସହ ତାଙ୍କର ଦେଖାହୋଇଥିଲା । ଏହାପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ ଦୀର୍ଘଦିନ ପ୍ରେମ ସମ୍ପର୍କରେ ରହିବାପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ସନ୍ଧ୍ୟାଙ୍କ ପରିବାର ଲୋକେ ବିବାହ କରିବାକୁ ରାଜି ହେଲେ ନାହିଁ । ସନ୍ଧ୍ୟାଙ୍କ ଉଚ୍ଚତାକୁ ନେଇ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ ବୋଲି ଭାବି ସେମାନେ ବାହାଘର କରିବାକୁ ଅରାଜି ହୋଇଥିଲେ । ଏହାପରେ ସାମାଜିକ ସଂଗଠନ ସହଯୋଗରେ ଉଭୟଙ୍କ ବିବାହ ଜବଲପୁରର ଏକ ଶିବ ମନ୍ଦିରରେ ହୋଇଛି । ଏହି ସମାରୋହରେ କେବଳ ପ୍ରଭାତଙ୍କ ପରିବାର ଲୋକେ ସାମିଲ ଥିଲେ । ମନ୍ଦିରରେ ବିବାହ ପୂର୍ବରୁ କୋର୍ଟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲେ । ଏ ସମ୍ପର୍କରେ ପ୍ରଭାତ କହିଛନ୍ତି ମୁଁ ସନ୍ଧ୍ୟାକୁ ପାଇ ବହୁତ ଖୁସି ଅଛି । ତାଙ୍କଭଳି ନିଷ୍କପଟ ଝିଅ ମିଳିବା ସତରେ ମୁସ୍କିଲ୍ । ସୂଚନାଥାଉକି ୨୧ ବର୍ଷିୟା ସନ୍ଧ୍ୟା ଜଣେ ଉଚ୍ଚକୋଟୀର କଳାକାର । ସେ ବୁଗି ଉଗି ସୋ ଜିତିସାରିଛନ୍ତି । ଏବେ ସନ୍ଧ୍ୟା ମେକଅପ୍ କାମ ଶିଖୁଛନ୍ତି । ଆଜି ହୋମନିଆଁକୁ ସାକ୍ଷୀ ରଖି ପରସ୍ପରର ଜୀବନ ସାଥୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *