ରେଳ ଷ୍ଟେସନ ପାଲଟିଲା ବିବାହ ମଣ୍ଡପ , ଷ୍ଟେସନରେ ହେଲା ଏକମାତ୍ର ମହିଳା କୁଲିଙ୍କର ବିବାହ ..
1 min readରେଳ ଷ୍ଟେସନ ପାଲଟିଲା ବିବାହ ମଣ୍ଡପ । ଆଉ ଟ୍ରେନର ସେହି ଛୁକୁ ଛୁକୁ ଶବ୍ଦ ପାଲଟିଲା ଶାହାନାଇ । ରେଳ ଷ୍ଟେସନର ଅଧିକାରୀ ପାଲଟିଲେ ସମ୍ପର୍କୀୟ । ସେହି ରେଳ ଷ୍ଟେସନକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଛନ୍ତି ଦୁର୍ଗା । କଥାରେ ଅଛି ଭାରତୀୟ ରେଳ ହେଉଛି ସ୍ମୃତିର ଏକ ବାକ୍ସ । କାରଣ, ରେଳ ଷ୍ଟେସନକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । କିନ୍ତୁ, ବେଳେବେଳେ କିଛି ମୁହୂର୍ତ୍ତ ଆସେ ଯାହା ସ୍ମୃତି ହୋଇଯାଏ । ଏହା ସହିତ, ସେହି ମୂହୁର୍ତ୍ତଗୁଡିକ ମଧ୍ୟ ଆଲୋଚନାର ବିଷୟ ପାଲଟିଯାଏ । ତେବେ ଏହି ରେଳ ଷ୍ଟେସନ ଜଣେ ମହିଳା କୁଲିଙ୍କ ଜୀବନର ଏକ ମୁଲ୍ୟବାନ ମୂହୁର୍ତ୍ତ ପାଲଟିଯାଇଛି ।
ମଧ୍ୟପ୍ରଦେଶ ବେତୁଲ ରେଳ ଷ୍ଟେସନରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି । ବେତୁଲ ରେଳ ଷ୍ଟେସନରେ ଏକମାତ୍ର ମହିଳା କୁଲି ଦୁର୍ଗା ବୋରେଙ୍କର ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ବୁଧବାର ତାଙ୍କର ମହେନ୍ଦି , ହଲଦୀ ଆଦି ବିଧି ରେଳ ଷ୍ଟେସନରେ ହିଁ ସମ୍ପନ୍ନ ହୋଇଥିଲା । ଗୁରୁବାର ରାତିରେ ବେତୁଲର କଲ୍ୟାଣମ କେନ୍ଦ୍ରରେ ଦୁର୍ଗାଙ୍କର ବିବାହ ସମ୍ପନ୍ନ ହୋଇଛି । ହଳଦୀ –ମେହେନ୍ଦି କାର୍ଯ୍ୟକ୍ରମରେ ବିଜେପି ସାଂସଦ ଦୁର୍ଗାଦାସ ଉଇକେ ଯୋଗ ଦେଇଥିଲେ । ସେ ଦୁର୍ଗାଙ୍କୁ ହଳଦୀ ମଧ୍ୟ ଲଗାଇଥିଲେ । ଏହି ନିଆରା ବିବାହ ବିଧିରେ ରେଲବାଇ ଓ ଆରପିଏଫ କର୍ମଚାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ସମାଜସେବୀ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ହଲଦୀ ମେହେନ୍ଦୀ ବିଧି ପରେ ସେମାନେ ନୃତ୍ୟୁ କରିଥିଲେ । ଅତ୍ୟନ୍ତ ଗରିବ ପରିବାର ଜନ୍ମିତ ଦୁର୍ଗାଙ୍କ ବାପା ମୁନ୍ନାଲାଲ ବୋରକର ବେତୁଲ ରେଳ ଷ୍ଟେସନରେ କୁଲି ଥିଲେ ।
ତାଙ୍କ ମୁଣ୍ଡରେ ୩ ଝିଅଙ୍କ ଦାୟିତ୍ୱ ଥିଲା । କିନ୍ତୁ ସ୍ୱାସ୍ଥ୍ୟଖରାପ ହେବାରୁ ସେ ବିଛଣାରେ ପଡିଥିଲେ । ଏହା ପରେ ଦୁର୍ଗା ପରିବାର ଦାୟିତ୍ୱ ହାତକୁ ନେଲେ ଏବଂ ବାପାଙ୍କ କାମ କରିବାକୁ ଅଣ୍ଟା ଭିଡିଲେ । ୨ବର୍ଷ ଧରି ରେଳବାଇକୁ ଦୌଡିବା ପରେ ବାପାଙ୍କ କାମକୁ ତାଙଅକୁ ହସ୍ତାନ୍ତର କରାଗଲା । ୨୦୧୧ ମସିହାରୁ ସେ ବେତୁଲ ରେଳ ଷ୍ଟେସନରେ କୁଲି କାମ କରୁଛନ୍ତି । ଆଉ ସେହି ରେଳ ଷ୍ଟେସନରେ ଏକମାତ୍ର ମହିଳା କୁଲି ଭାବରେ ପରିଚିତ ଥିଲେ ଦୁର୍ଗା । ଦୁର୍ଗା ଅତ୍ୟନ୍ତ ପରିସ୍ରମୀ ଥିଲେ । ଆଉ ସେ ସେହି ଷ୍ଟେସନକୁ ଦୁର୍ଗା ନିଜର ପରିବାର ବୋଲି ଭାବୁଥିଲେ । ଦୁର୍ଗାଙ୍କ ଖୁସି ଦେଖିବାକୁ ଆରପିଏଫ୍ ଥାନାର ପଦସ୍ଥ ଆରକ୍ଷୀ ଫରାହ ଖାନ୍ ତାଙ୍କର ବିବାହ ଲାଗି ଉଦ୍ୟମ କଲେ । ଜାମ୍ଠୀ ଗାଁର ଚାଷୀ ସୁରଶ ଭୂମରକରଙ୍କ ସହ ଦୁର୍ଗାଙଅକ ବିବାହ ସ୍ଥିର ହୋଇଥିଲା । ଆରପିଏଫ୍ କର୍ମଚାରୀମାନେ ବିବାହର କିଛି ଖର୍ଚ୍ଚ ବହନ କରିଛନ୍ତି । ଏ ଅବସରରେ ବେତୁଲର ସାଂସଦ ଦୁର୍ଗାଦାସ କହିଛନ୍ତି ଦେଶର ସବୁଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଦୁର୍ଗା । ପରିବାର ପାଳନ ତାଙ୍କର ଏଙି କାର୍ଯ୍ୟ ମହିଳା ସଶକ୍ତିକରଣ ପାଇଁ ଏକ ବଡ ଉଦାହରଣ ।