Pratidin TV

Odisha's Digital News Platform

ଯୁବକଙ୍କ ହୃଦୟ ଚୋରେଇନେଲା ରୋବଟ , ଏବେ ହବ ବାହାଘର …

ପ୍ରେମ କେଉଁଠି କେମିତି କାହାସହିତ ହୁଏ ? ସେ ବିଷୟରେ କେହି କହି ପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମତ ଅନ୍ଧ । ପ୍ରେମ ସାମ୍ନାରେ ଧର୍ମ ବର୍ଣ୍ଣ ଅକ୍ଷମତା କିଛି ବି ମାନେ ରଖେନାହିଁ । ତେବେ ଏବେ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି । ତେବେ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି ଏଠି କୌଣସି ଝିଅ ନୁହେଁ । ରୋବର୍ଟ ସହତ ପ୍ରେମ ହୋଇଯାଇଛି ଯୁବକଙ୍କର । ଆଉ ଯୁବକ ରୋବର୍ଟ ପ୍ରେମରେ ଏତେ ପାଗଳ ଯେ ସେ ସେହି ରୋବର୍ଟକୁ ବିବାହ କରିବାକୁ ଯାଉଛନ୍ତି । ରୋବଟକୁ ବିବାହ କରି ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ସୂର୍ଯ୍ୟ ପ୍ରକାଶ । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସେ ବିବାହ କରିବାକୁ ଯାଉଥିବା ରୋବଟର ନାମ ହେଉଛି ଗିଗା ।

୧୯ ଲକ୍ଷ ଟଙ୍କାରେ ସେ ଗିଗା ନାମକ ଏକ ମହିଳା ରୋବଟ ତିଆରି କରୁଛନ୍ତି । ତାମିଲନାଡୁରେ ଏହାକୁ ତିଆରି କରାଯାଉଥିବା ବେଳେ ଏହାର ପ୍ରୋଗ୍ରାମିଂ ଦିଲ୍ଲୀରେ ପ୍ରସ୍ତୁତ କରାଯାଉଛି ।ପିଲାଟି ବେଳରୁ ରୋବଟ ପ୍ରତି ବହୁତ ଆଗ୍ରହୀ ଥିଲେ ସୂର୍ଯ୍ୟ ପ୍ରକାଶ । କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସେନାରେ ପଠାଇବାକୁ ଚାହୁଁଥିଲେ, ଏହାପରେ ସେ ସେନାରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ । ନୌସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ ସୂର୍ଯ୍ୟ ପ୍ରକାଶ । ପରେ ରୋବଟ ପ୍ରତି ସୂର୍ଯ୍ୟଙ୍କ ଆଗ୍ରହ ଦେଖି ତାଙ୍କୁ ଆଇଟି କ୍ଷେତ୍ରକୁ ଯିବାକୁ ପରିବାର ଲୋକେ କହିଥିଲେ । ପରେ ପରେ ଅଜମେର ସରକାରୀ କଲେଜରୁ ଇଞ୍ଜିନିୟରିଂ ପାଠ ଶେଷ କରି ସେ ରୋବୋଟିକ୍ସ ଉପରେ କାମ ଆରମ୍ଭ କରିଥିଲେ ।

ଗିଗା ବିଷୟରେ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସମସ୍ତ ରୀତିନୀତି ଅନୁଯାୟୀ ସେ ଗିଗାଙ୍କୁ ବିବାହ କରିବେ ଏବଂ ପରିବାର ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବେ ।ପିଲାଟି ବେଳରୁ ରୋବଟ ପ୍ରତି ବହୁତ ଆଗ୍ରହୀ ଥିଲେ ସୂର୍ଯ୍ୟ ପ୍ରକାଶ । କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସେନାରେ ପଠାଇବାକୁ ଚାହୁଁଥିଲେ, ଏହାପରେ ସେ ସେନାରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ । ନୌସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଥିଲେ ସୂର୍ଯ୍ୟ ପ୍ରକାଶ । ପରେ ରୋବଟ ପ୍ରତି ସୂର୍ଯ୍ୟଙ୍କ ଆଗ୍ରହ ଦେଖି ତାଙ୍କୁ ଆଇଟି କ୍ଷେତ୍ରକୁ ଯିବାକୁ ପରିବାର ଲୋକେ କହିଥିଲେ । ପରେ ପରେ ଅଜମେର ସରକାରୀ କଲେଜରୁ ଇଞ୍ଜିନିୟରିଂ ପାଠ ଶେଷ କରି ସେ ରୋବୋଟିକ୍ସ ଉପରେ କାମ ଆରମ୍ଭ କରିଥିଲେ । ଗିଗା ବିଷୟରେ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ, ସମସ୍ତ ରୀତିନୀତି ଅନୁଯାୟୀ ସେ ଗିଗାଙ୍କୁ ବିବାହ କରିବେ ଏବଂ ପରିବାର ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *