Pratidin TV

Odisha's Digital News Platform

ଭାରତରେ ଭିନ୍ନତା ମଧ୍ୟରେ ଏକତା : ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର ତ୍ରିରଙ୍ଗା’ ।

1 min read

ଭାରତ ଏକ ଏଭଳି ଦେଶ ଯେଇଁଠି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଭିନ୍ନ ଧର୍ମ,ରୀତି ନିତି,ପରମ୍ପରା ସଂସ୍କୁତି ସବୁ ଭିନ୍ନ ହେଲ ପରେ ବି ଏଠି ସମସ୍ତେ ଏକତ୍ର ବସବାସ କରନ୍ତି ।ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ଉପଲକ୍ଷେ କେନ୍ଦ୍ର ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଏହି କ୍ରମରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ କେନ୍ଦ୍ର ସରକାର ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ସରକାର ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତିଟି ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ୱାନ ଦେଇଛନ୍ତି ।

Advertisement

କେବଳ ସେତିକି ନୁହେଁ କେନ୍ଦ୍ର ସରକାର ଦେଶରେ ଥିବା ଜାତୀୟ ପତାକା କୋଡ ୨୦୦୨ ର ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ମୁତାବକ ଏବେ ଦେଶର ଜନସାଧାରଣ ଦିନରାତି ଜାତୀୟ ପତାକା ଉଡାଇପାରିବେ । କେନ୍ଦ୍ର ସରକାର ଚଳିତମାସ ୨୦ ତାରିଖରେ ପତାକା କୋଡ ୨୦୦୨ ର ପୁନଃ ସଂଶୋଧନ କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ସେ କହିଛନ୍ତି କି ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହି କ୍ରମରେ ଦେଶବାସୀ ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କି ଏଭଳି କରିବା ଦ୍ୱାରା ଦେଶବାସୀଙ୍କ ମଧ୍ୟରେ ଭାଇଚାରା ମଜବୁତ ହେବାସହ ଦେଶରେ ଭିନ୍ନତା ମଧ୍ୟରେ ଏକତା ବଢିବ ।

Leave a Reply

Your email address will not be published. Required fields are marked *