Pratidin TV

Odisha's Digital News Platform

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ‘A++’ ମାନ୍ୟତା ଦେଲା ନାକ୍ ଟିମ୍ …

1 min read

କଟକ ; ରେଭେନ୍ସା ତାର ନାଁ ହିଁ ଯଥେଷ୍ଟ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରେମରେ ପକାଇବା ପାଇଁ । ହଁ ସେଇ ନାଲି କୋଠା ଯିଏ ନୂଆ ବୋହୂ ଭଳି ନିଜକୁ ନାଲି ଚାଦରରେ ଢାଙ୍କିଦେଇଥାଏ । ଘରଠୁ ଦୂରରେ ରହି ଯେ କେହିବି ନିଜ ରେଭେନ୍ସାକୁ ନୂଆ କରି ଆସିଥାଏ । ନିଜର ଛୁଆଭଳି ରେଭେନ୍ସା ତାକୁ ଆପଣାଇଥାଏ ଆଉ ଖୁବ୍ ଶୀଘ୍ର ତାକୁ ନିଜର ବି ବନାଇଦିଏ । ଏଠାକୁ ଆଡମିଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ପିଲା ଆସିବା ସମୟରେ ଯେତିକି କାନ୍ଧିଥାନ୍ତି ତାର ଦୁଇ ଗୁଣା ଏଠାରୁ ଯିବା ସମୟରେ । ହଁ ବୋଧେ ଏଠି ପଢୁଥିବା ସବୁ ଛାତ୍ରଛାତ୍ରୀମାନଙ୍କ ଉପରେ ଯାଦୁ କରିଦିଏ ଏଇ ନାଲି କୋଠା ।

ଆଜି ପୁଣି ଥିଲେ ନିଜକୁ ପ୍ରମାଣିତ କରାଇଛି ଏଇ ନାଲିକୋଠା ରେଭେନା୍ସ । ସର୍ବତ ପରିଚିତ ନାମି ରେଭେନ୍ସ ବିଶ୍ୱବିଦ୍ୟାଳୟକୁ ଅନେକ ଲୋକ ନିଜ ନିଜ ଭାଷାରେ ତାର ନାଁ କୁ ପରିବର୍ତ୍ତନ କରିଦେଇଥାନ୍ତି । କିଏ ନାଲି କୋଠା କହି ଭାବରେ ତାକୁ ସମ୍ଭୋଧନା କରେତ କିଏ ରେଡ୍ ଏମ୍ପାୟାର । ଆଉ ଆଜି ବିଶ୍ୱବିଦ୍ୟାଳୟକୁ A++ ର ମାନ୍ୟତା ମିଳିଛି । ନାକ୍ NAAC ( NATIONAL ASSESSMENT AND ACCREDITION COUNCIL ) ରାଙ୍କ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି ।

Advertisement

ସୂଚନାଥାଉ କି , କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍‌ର ଏକ କମିଟି ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନୁଧ୍ୟାନ କରିଥିଲେ । ଆଜି ଏହି ବିଶ୍ୱ ବିଦ୍ୟାଳୟକୁ ଶ୍ରେଷ୍ଠ ମାନ୍ୟତା ମିଳିଛି ଯାହାକୁ ନେଇ ପୁରା ରେଭେନ୍ସା କତୃପକ୍ଷ ଏବଂ ରେଭେନ୍ସା ଛାତ୍ରଛାତ୍ରୀ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *