Pratidin TV

Odisha's Digital News Platform

ୟୁନିଭର୍ସିଟି କ୍ୟାମ୍ପସରୁ ଉଦ୍ଧାର ହେଲା ୮ ବର୍ଷର ଝିଅ ସହ ପ୍ରଫେସର ବାପାଙ୍କ ମୃତଦେହ ।

1 min read

ୟୁନିଭର୍ସିଟି କ୍ୟାମ୍ପସ୍‌ରୁ ଉଦ୍ଧାର ହେଲା ବାପା ଝିଅଙ୍କ ମୃତଦେହ । ମୃତ ବ୍ୟକ୍ତି ଜଣଙ୍କ ହରିୟାଣାର ହିସାର ଜିଲ୍ଲାର ବିଶ୍ୱବିଦ୍ୟାଳୟ ର ପ୍ରଫେସର ସନ୍ଦୀପ ଗୋୟଲ (୩୫)ହୋଇଥିବା ବେଳେ ସାଙ୍ଗରେ ୮ ବର୍ଷର ଝିଅ ର ମୃତଦେହ ଉଦ୍ଧାର ହୋଇଛି । ତେବେ ସନ୍ଦୀପ ଓ ତାଙ୍କ ଝିଅକୁ ହତ୍ୟା କରାଯାଇଛି ନା ସେ ନିଜେ ନିଜ ଜୀବନ ହାରିଛନ୍ତି ତାହା ପୋଲି ତଦନ୍ତ ଚଳାଇଛି । ସନ୍ଦୀପ ହିସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ନିଜ ପରିବାର ବିଶ୍ୱବିଦ୍ୟାଳୟ ପରିସରରେ ରହିଥିଲେ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ପୋଲିସକୁ ସୂଚନା ଦେଇଛି ଯେ,ବାପା ଝିଅ ଦୁହିଁଙ୍କର ମୃତ୍ୟୁ କଳାକଟା ହୋଇଥିବା ଯୋଗୁ ହୋଇଛି । ସନ୍ଦୀପଙ୍କ କାର୍ଯ୍ୟାଳୟରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସନ୍ଦୀପ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଛନ୍ତି। ପୋଲିସ ତଦନ୍ତରେ ଜାଣିବାକୁ ପାଇଛି ଯେ ସନ୍ଦୀପ ନିଜ ମାନସିକ ସ୍ଥିତି ପାଇଁ ଏକ ସାଇକୋଥେରାପିଷ୍ଟ ଦ୍ୱାରା ଚିକିତ୍ସିତ ହେଉଥିଲେ । ତାଙ୍କ ସହକର୍ମୀଙ୍କ କହିବାନୁସାରେ, ତାଙ୍କର ଉଦାସୀନତା ଥିଲା । ପ୍ରକୃତ ଚିକିତ୍ସା ଅବସ୍ଥା ଜାଣିବା ପାଇଁ ଆମେ ତାଙ୍କ ପରାମର୍ଶଦାତା ଡାକ୍ତରଙ୍କ ସହ ମଧ୍ୟ କଥା ହେବୁ ।

ହିସାର ପୋଲିସ୍ ଅଧୀକ୍ଷକ ମୋହିତ ହାଣ୍ଡା କହିଛନ୍ତି ଯେ ପ୍ରଫେସର ନାରୱାନାର ବାସିନ୍ଦା। ସେ ତାଙ୍କ ଝିଅ ସହିତ ସନ୍ଧ୍ୟା ଚାଲିବା ପାଇଁ ୟୁନିଭର୍ସିଟି କ୍ୟାମ୍ପସରେ ସେମାନଙ୍କ କ୍ୱାର୍ଟର୍ସ ରୁ ବାହାରିଥିଲେ । ଅନେକ ସମୟ ବିତିଯାଇଥିଲେ ମଧ୍ୟ ବାପା-ଝିଅ ଦୁହେଁ ଘରକୁ ଫେରିନଥିଲେ । ଦୁହେଁ ଘରକୁ ନଆସିବା ପରେ ତାଙ୍କ ପତ୍ନୀ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପରେ ତାଙ୍କ ପତ୍ନୀ ତାଙ୍କ ବିଭାଗରେ ପହଞ୍ଚି ସୁରକ୍ଷାକର୍ମୀଙ୍କୁ କେଉଁଠାରେ ଅଛନ୍ତି ସେ ବିଷୟରେ ପଚାରିଥିଲେ। ସୁରକ୍ଷା କର୍ମୀ ପ୍ରଫେସରଙ୍କ ଚାମ୍ପର କବାଟ ଖୋଲିବାରେ ବିଫଳ ହୋଇଥିଲେ ଏବଂ ସେ ପୋଲିସକୁ ସୂଚନା ଦେଇଥିଲେ ବୋଲି ଏସପି କହିଛନ୍ତି।ପୋଲିସ କବାଟ ଖୋଲିବା ପରେ ପ୍ରଫେସର ଏବଂ ତାଙ୍କ ଝିଅର ମୃତଦେହ ମିଳିଥିବା ପୋଲିସ ଅଧିକାରୀ କହିଛନ୍ତି।

ଅନ୍ୟପଟେ ସ୍ତ୍ରୀଙ୍କ ବୟାନ ଅନୁଯାୟୀ ପ୍ରଫେସର ଅନେକ ଦିନରୁ ମାନସିକ ସ୍ତରରେ ବିବ୍ରତ ରହୁଥିଲେ । ତେଣୁ ସେ ବ୍ଲେଡ୍ କିମ୍ବା ଧାରୁଆ ଅସ୍ତ୍ରରେ ଝିଅର ବେକ କାଟିବା ପରେ ନିଜ ବେକ କାଟି ଜୀବନ ହାରିଥିବା ଅନୁମାନ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *