Pratidin TV

Odisha's Digital News Platform

ଶିକ୍ଷକଙ୍କୁ ଧକ୍କା ଦେଇ ଅଜଣା ବୋଲର ଫେରାର, ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତର …

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ସେବାଶ୍ରମ ନିକଟରେ ଜଣେ ଶିକ୍ଷକକୁ ଅଜଣା ବୋଲର ଧକ୍କା ଦେଇ ଫେରାର ହୋଇ ଯାଇଥିବା ଖବର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ଖବର ଅନୁଯାୟୀ ଶିରିପୁର ଏସ ଏସ ଡି ବାଳିକା ବିଦ୍ୟାଳୟର ନୂତନ ବିଜ୍ଞାନ ଶିକ୍ଷକ ଭାବରେ ଅମିତ କୁମାର ପ୍ରଧାନ ପୋଷ୍ଟିଙ୍ଗ୍ ପାଇଥିଲେ । ଗତକାଲି ଶିକ୍ଷକ ଅମିତ କୁମାର ବିଦ୍ୟାଳୟରୁ ଘର ଗୁଣୁପୁରକୁ ଯାଉଥିବା ସମୟରେ ବୁଡ଼ାଗୁଡା ସେବାଶ୍ରମ ନିକଟରେ ଏକ ଅଜଣା ବୋଲର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଶିକ୍ଷକ ଜଣକ ରାସ୍ତାରେ ଗୁରୁତର ହୋଇ ପଡ଼ିରହିଥିବା ବେଳେ ବୋଲର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ରାସ୍ତାଦେଇ ଆସୁଥିବା ଭାମ୍ୟମାଣ ଗାଡ଼ିରେ ଗୁରୁତ୍ଵର ଶିକ୍ଷକଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଶିକ୍ଷକ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।

ଖବର ପାଇ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ୱ ଶିକ୍ଷକଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିଥିବା କହିଛନ୍ତି। ତେବେ ବୋଲର ଡ୍ରାଇଭର ଜଣକ ଏଭଳି ଅଘଟଣ ଘଟାଇ କେଉଁ ଆଡେ ଫେରାର୍ ହୋଇଛି ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *