Pratidin TV

Odisha's Digital News Platform

ଲୁଚିଛପି ନିର୍ବନ୍ଧ କଲେ ଉର୍ଫି ଜାଭେଦ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ..

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସନ ହେଉଛନ୍ତି ଉର୍ଫି ଜାଭେଦ । ତାଙ୍କ ଡ୍ରେସିଙ୍ଗ ସେନ୍ସ ଏବଂ ଭିନ୍ନ ଡ୍ରେସ ପିନ୍ଧିବା ଶୌଳୀ କାରଣରୁ ଅନେକ ସମୟରେ ସେ ଲାଇମଲାଇଟରେ ଥାଆନ୍ତି । ସ୍ପେଶାଲ ତାଙ୍କ ଦ୍ୱାରା ଡିଜାଇ ହୋଇତବିା ଡ୍ରେସକୁ ପିନ୍ଧି ସେ ଅନେକ ସମୟରେ ଟ୍ରୋଲ ମଧ୍ୟ ହୁଅନ୍ତି । ସବୁଦିନ ଭିନ୍ନ ଭିନ୍ନ ଜିନିଷ ଉପରେ ଏକ୍ସପେରିମେଂଟ କରି ଉର୍ଫି ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଯାହା ଖୁବ ଭାଇରାଲ ମଧ୍ୟ ହୋଇଥାଏ । ତେବେ ଏଥର ପୁଣି ଥରେ ଉର୍ଫି ଖବରରେ ଅଛନ୍ତି । କିନ୍ତୁ ଏଥର ତାଙ୍କର ପୋଷାକ ନୁହେଁ ବରଂ ଅନ୍ୟ କିଛି କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ।

ବାସ୍ତବରେ ସୋସିଆଲ ମିଡିଆରେ ଲୋକମାନେ ଅଭିନେତ୍ରୀଙ୍କୁ ପଚାରିଛନ୍ତି ଯେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କି? ତେବେ ଏ ପ୍ରଶ୍ନ ପଛର କାରଣ ହେଉଛି ଭାଇରାଲ ହେଉଥିବା ଫଟୋ । ଉର୍ଫିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋଗୁଡ଼ିକରେ ସେ ହୋମ କୁଣ୍ଡ ନିକଟରେ ବସିଥିବାର ନଜର ଆସିଛନ୍ତି, ପୂଜା ଚାଲିଛି ଏବଂ ତାଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ନଜର ଆସିଛନ୍ତି । ଯଦିଓ ସେହି ବ୍ୟକ୍ତି କିଏ, ତାଙ୍କ ଚେହେରା ସଠିକ୍ ଭାବେ ଦେଖା ଯାଉନାହିଁ । ଉର୍ଫି ସାଲୱାର ସୁଟରେ ନଜର ଆସିଥିବା ବେଳେ ତାଙ୍କ ମୁଣ୍ଡରେ ଏକ ଦୁପାଟା ପଡିଥିବା ଫଟୋରୁ ସ୍ପଷ୍ଟ ଜଣା ପଡୁଛି ।

ଫଟୋଗୁଡିକ ଦେଖିଲେ ଦେଖାଯାଉଛି ଯେ ଉର୍ଫି ଏବଂ ବ୍ୟକ୍ତିଙ୍କ ଆଙ୍ଗୁଠିରେ କିଛି ପିନ୍ଧିବାରେ ଲାଗିଛି କିମ୍ବା ତାଙ୍କ ହାତରେ କିଛି ବାନ୍ଧିଥିବାର ଦେଖାଯାଉଛି । ଯଦିଓ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । ଏହା ଦେଖି ଲୋକମାନେ ସୋସିଆଲ ମିଡିଆରେ କଳ୍ପନା କରିବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଲୋକମାନେ ତାଙ୍କ ଫଟୋ ଉପରେ ଅନେକ ମନ୍ତବ୍ୟ ଦେଉଛନ୍ତି ଏବଂ ଲୋକମାନେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ,ଅଭିନନ୍ଦନ । ଅନ୍ୟ ଜଣେ କହିଛନ୍ତି, “କିଏ ଦୁଇ ହାତରେ ରିଙ୍ଗ ପିନ୍ଧନ୍ତି?” କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଉର୍ଫି ବିବାହ କରୁ ନୁହଁନ୍ତି, ବରଂ ଏହା କିଛି ସିରିଜ୍ କିମ୍ବା ସୁଟିଂ ସହିତ ଜଡିତ ଏକ ଫଟୋ ଅଟେ । ତେବେ ଏହା ପଛର ସତ୍ୟତା କେବଳ ଉର୍ଫି ହିଁ କହିପାରିବ । ଏପର୍ଯ୍ୟନ୍ତ ଉର୍ଫି ପକ୍ଷରୁ ଏନେଇ କୌଣସି ଅଫିସିଆ ଘୋଷଣା କରାଯାଇ ନାହିଁ ।ତେବେ ସୋସିଆଲ ମିଡିଆ ଦୁନିଆରେ ଉର୍ଫି ଜାଭେଦ୍ ଏପରି ଏକ ନାମ, ଯିଏ ପ୍ରତିଦିନ ହେଡଲାଇନର ଏକ ଅଂଶ ହୋଇ ରହିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ୪୬ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି ।

Leave a Reply

Your email address will not be published. Required fields are marked *