Pratidin TV

Odisha's Digital News Platform

ଆଇ’ବ୍ରୋ ସେଭ କରିବା ଯୋଗୁଁ ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ…

ସ୍ତ୍ରୀ ଆଇବ୍ରୋସେଭ କଲା ବୋଲି ଭିଡିଓ କଲରେ ତ୍ରିପଲ ତଲାକ ଦେଇଦେଲା ସ୍ୱାମୀ । କାନପୁରର ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ଯେତେବେଳେ ତାଙ୍କ ସ୍ୱାମୀ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଆଇବ୍ରୋ ସେଭ କରିଛନ୍ତି ବୋଲି । ସେତେବେଳେ ସେ ସାଉଦି ଆରବରେ ଥାଇ ଫୋନରେ ଟ୍ରିପଲ ତାଲାକ ଘୋଷଣା କରିଥିଲେ । ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ତ୍ରିପଲ ତଲାକ ନିୟମକୁ ସଂଶୋଧନ କରିଥିବା ବେଳେ ଆଜି ବି ଲୋକେ ଏହାକୁ ମାନୁ ନାହାନ୍ତି । ଫୋନ କଲରେ କିମ୍ବା ମେସେଜରେ ତିନିଥର ତଲାକ ଉଚ୍ଚାରଣ କରି ସ୍ତ୍ରୀ ମାନଙ୍କ ପାଖରୁ ଅଲଗା ହୋଇଯ।ଉଛନ୍ତି । ସେହିପରି ଏଠାରେ ମଧ୍ୟ ମହିଳାଙ୍କ ସ୍ୱାମୀ ଭିଡିଓ କଲ ଜରିଆରେ ସ୍ତ୍ରୀକୁ ତ୍ରିପଲ ତଲାକ ଦେଇଥିଲେ । ଏହି ଘଟଣା ହେଉଛି ଉତ୍ତରପ୍ରଦେଶର କାନପୁର ସହରରେ । ଆଉ ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି ଗୁଲସାଇବା ।

ସୂଚନା ମୁତାବିକ ଗୁଲସାଇବାଙ୍କ ୨୦୨୨ ଜାନୁଆରୀରେ ପ୍ରୟାଗର ବାସିନ୍ଦା ସଲିମଙ୍କୁ ବିବାହ କରିଥିଲେ । ଯିଏକି ବର୍ତ୍ତମାନ ସାଉଦି ଆରବରେ ଚାକିରି କରୁଛନ୍ତି । ସ୍ୱାମୀ ସାଉଦି ଆରବ ଯିବା ପରେ ତାଙ୍କ ଶାଶୁ ତାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେଉଥିଲେ । ସେପଟେ ସ୍ୱାମୀ ତାଙ୍କ ଫ୍ୟାଶନ ପସନ୍ଦ ଉପରେ ଆପତ୍ତି ଉଠାଇଥିଲେ । ଅକ୍ଟୋବର ୪ ରେ ତାଙ୍କ ସ୍ୱାମୀ ଏକ ଭିଡିଓ କଲ ଆରମ୍ଭ କରିଥିଲେ ଯେଉଁଥିରେ ସେ ତାଙ୍କ ଆଖିର ଆଇବ୍ରୋକୁ ଲକ୍ଷ୍ୟ କରିଥିଲେ । ସେ ଅନୁଭବ କରିଥିଲେ ଯେ ତାଙ୍କ ଚେହେରା ଅନିୟମିତ କେଶରେ ଭଲ ଦେଖାଯାଉ ନାହିଁ, ତେଣୁ ସେ କ୍ରୋଧିତ ହେଲେ । ଏବଂ କହିଥିଲେ ଯେ “ମୋର ଆପତ୍ତି ସ୍ୱତ୍ତ୍ୱେ ତୁମେ ଆଖିରେ ଆଇବ୍ରୋ ସେଭ କରିଛ । କିନ୍ତୁ ମହିଳା ଜଣକ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ୱାମୀ ମାନ୍ୟବାକୁ ନାରାଜ । ଏହା ପରେ ସେ ରାଗିଯାଇ ତିନିଥର ତାଲାକ ଉଚ୍ଚାରଣ କରିଥିଲେ । ଏବଂ ଫୋନଟି କାଟିଦେଇଥିଲେ । ଯାହାକୁ ଥାନାର ଦ୍ୱତେସ୍ଥ ହୋଇଛନ୍ତି । ସେ ତାଙ୍କ ଶାଶୁଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ସହ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି ।

Leave a Reply

Your email address will not be published. Required fields are marked *