Pratidin TV

Odisha's Digital News Platform

ପ୍ରତିଶୋଧ ପରାୟଣ ସ୍ୱାମୀ ନେଇଗଲା ସ୍ତ୍ରୀର ଜୀବନ

1 min read

ଉତ୍ତରପ୍ରଦେଶରେ ପୁଣି ଚକିତ କଲା ପରି ଘଟଣା ସାମ୍ନାକୁ ଆସିଛି | ପ୍ରତିଶୋଧ ପରାୟଣ ସ୍ୱାମୀ ନେଇଗଲା ସ୍ତ୍ରୀର ଜୀବନ | ସ୍ତ୍ରୀକୁ ମାରି ଘରେ ରଖିଲା 4 ଦିନ | ଘରେ ଶବର ଗନ୍ଧ ହେବା ଆରମ୍ଭ ହୋଇଯାଇଥଲା | ସ୍ୱାମୀ ଜାଣିପାରିଲା ପରେ ଘରେ ବାହାରେ ବସି ପଡି ଚିଲେଇକି କହିବା ଆରମ୍ଭ କରିଦେଇଥିଲା | ସ୍ୱାମୀର ସେହି ଚିଲେଇକି କହିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା | ଅଭିଯୁକ୍ତ ସ୍ୱାମୀ ଚିଲେଇକି କହିଥିଲେ ପୋଲିସକୁ ଡାକ ମୁଁ ମୋ ସ୍ତ୍ରୀ କି ମାରିଛି | ଏହା ଶୁଣିବାପରେ ପଡୋଶୀ ଲୋକମାନେ ଚକିତ ହୋଇଯାଇଥିଲେ |

ସୂଚନା ମୁତାବକ, ଗୋଟେ କଲୋନୀର ଭଡାରେ ଭରତ ସିଂ ତାଙ୍କ ସ୍ତ୍ରୀ ସହ ରହୁଥିଲେ | ହଠାତ ଗୋଟେ ଦିନ ଘର ବାହାରେ ବସି ସେ ଯାଉଥିବା ଆସୁଥିବା ସସମସ୍ତ ପଡୋଶୀଙ୍କ ଚିଲେଇ ଚିଲେଇ କହୁଥିଲେ, ‘ ମୁଁ ମୋ ସ୍ତ୍ରୀକୁ ମାରିଛି , ମତେ ଗିରଫ କର’ | ପରବର୍ତ୍ତୀ ମୁହୂର୍ତ୍ତରେ ପଡୋଶୀମାନେ ପୋଲିସକକୁ ଫୋନ କରି ଜଣାଇଥିଲେ | ପୋଲିସକୁ ସୂଚନା ମିଳିବା ପରେ ସେ ଭରତ ଘରେ ପହଞ୍ଚି ଦେଖିଥିଲା ତାଙ୍କ ସ୍ତ୍ରୀଙ୍କ ମର ଶରୀର | ଏହି ଘଟଣାପରେ ପୋଲିସ ଅଭିଯୁକ୍ତ ଭରତଙ୍କୁ ଗିରଫ କରିଥିଲା | ପୋଲିସର ପଚରାଉଚୁରା ସମୟରେ ଜଣାପଡିଥିଲା ଯେ ଦୁହିଁନି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ଯାହାଫଳରେ ସ୍ୱାମୀ ଏପରି କାଣ୍ଡ ଭିଆଇ ଥିଲେ | ଅଭିଯୁକ୍ତ ଭରତ ନିଜ ସ୍ତ୍ରୀର ତଣ୍ଟି ଚିପି ମରିଥିବାର ଜଣାପଡିଛି |

Advertisement

ପୋଲିସ ଯେତେବେଳେ ପଡୋଶୀମାନଙ୍କ ଠାରୁ ପଚରାଉଚୁରା କରୁଥିଲା ସେଥିମଧରୁ ଜଣେ ପଡୋଶୀ କହିଥିଲେ, ଯେତେ ପର୍ଯ୍ୟନ୍ତ ଅଭିଯୁକ୍ତ ଭରତ କହିନଥିଲେ ଆମେ ଜାଣି ନଥିଲୁ | ଆଉ ଜଣେ ପଡୋଶୀ କହିଥିଲେ କି, ଅଭିଯୁକ୍ତ ଭରତ ନିଜେ ଚିଲେଇ ଚିଲେଇ ସମସ୍ତଙ୍କୁ ଜଣାଇବାପରେ ଆମେ ଜାଣିଥିଲୁ | ଆଉ ଜଣେ ପଡୋଶୀ କହିଥିଲେ ସେ ତିନି ଦିନ ହେବ ତାଙ୍କ ସ୍ତ୍ରୀର ମୃତ ସଶରୀରକୁ ଘରେ ରଖିଛନ୍ତି | ତେବେ ବର୍ତ୍ତମାନ ପୋଲିସ ଏହା ଉପରେ ଅଧିକ ତଦନ୍ତ କରୁଛି | ଏବଂ ଶବ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଦେଇଛି |

Leave a Reply

Your email address will not be published. Required fields are marked *