Pratidin TV

Odisha's Digital News Platform

ନ୍ୟାୟ ପାଇଁ ରାସ୍ତାରେ କାନ୍ଦିଲେ ପୋଲିସ୍ କନଷ୍ଟେବଲ

1 min read

ନୂଆଦିଲ୍ଲୀ : ଯିଏ ସାଧାରଣ ଲୋକମାନଙ୍କୁ ନ୍ୟାୟ ଦିଏ । ଆଜି ନିଜେ ହିଁ ସେ ରାଜରାସ୍ତାରେ ଠିଆ ହୋଇ ନ୍ୟାୟ ମାଗୁଛି ଜନସାଧାରଣଙ୍କ ଆଗରେ ନିଜ ପାଇଁ । ନିକଟରେ ଜଣେ ପୋଲିସ୍ କନଷ୍ଟେବଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ ଥାନା ମେସରେ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ଭିଷୟରେ କାନ୍ଦି କାନ୍ଦି କହିଥିଲେ ।

ତେବେ ଘଟଣାଟି ଉତ୍ତର ପ୍ରଦେଶର ଫିରୋଜାବାଦରେ କାମ କରୁଥିବା କନଷ୍ଟେବଲ ମନୋଜ କୁମାର ଗତ ବୁଧବାର ରାଜରାସ୍ତାରେ ଠିଆହୋଇ ସେମାନଙ୍କୁ ମେସରେ କେଉଁଭଳି ନିମ୍ନଧରଣର ଖାଦ୍ୟ ଦିଆଯାଉଛି ବୋଲି କହିଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ଏପରି ଅବସ୍ଥା ଦେଖ ଲୋକମାନେ ରାସ୍ତାରେ ଭିଡ ଜମାଇଥିଲେ । ସେମାନଙ୍କ ମଧ୍ୟରୁ ହିଁ କେହି ଜଣେ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ସ୍ୟାୟର କରିଦେଇଥିଲେ । ଭିଡିଓଟିରେ ମନୋଜ ଏକ ଥାଳି ଧରିଥିଲେ ଯେଉଁଥିରେ କେବଳ ଭାତ,ରୁଟି ଏବଂ ଡାଲି ହିଁ ଥିଲା । ଏବଂ ସେ କାନ୍ଦି କାନ୍ଦି କହିଥିଲେ ମେସରେ କରାଯାଉଥିବା ଅବହେଳା କଥା । ଦୀର୍ଘ ୧୨ ଘଣ୍ଟା ଡ୍ୟୁଟି ପରେ ଆମ ମାନଙ୍କୁ କେବଳ ଭାତ,ଡାଲି ଆଉ କଞ୍ଚା ରୁଟିହିଁ ଦିଆଯାଉଛି । ଯଦି ପୋଲିସ କର୍ମଚାରୀ ଏପରି ଖାଦ୍ୟ ଖାଇବେ ତେବେ ୧୨ ଘଣ୍ଟା କାମ କିପରି କରିବେ ।

ସେ ଆହୁରି ମଧ୍ୟ କହୁଛନ୍ତି ଯେ ତାଙ୍କୁ ଦିଆଯାଉଥିବା ଖାଦ୍ୟ କୁକୁରକୁ ଦେଲେ ମଧ୍ୟ ସେ ଖାଇବନି । ଏମିତିଖାଦ୍ୟ କଣ ତୁମ ପିଲାମାନେ ଖାଇପାରିବେ । ୧୨ଘଣ୍ଟା ଡ୍ୟୁଟି ପରେ ଆମକୁ ଏମିତି ଖାଇବା ମିଳୁଛି । ମୋ କଥା କେହି ଶୁଣୁନାହାନ୍ତି ଏଠି । ଆଗରୁ ଅନେକ ଥର ଏଥିପାଇଁ ଅଭିଯୋଗ କରିଥିଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି । ଏଠି ମୋର କେହି ନାହାନ୍ତି । ଏପରି କହି ଭୋ ଭୋ ହୋଇ କାନ୍ଦିଛନ୍ତି ମନୋଜ । ଏବେ ମନୋଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ ପ୍ରଶାସନ କେଉଁଭଳି ପଦକ୍ଷେପ ନେଉଛି ତାହା ଦେଖିବା ରହିଗଲା । ଦେଶ ତଥା ଲୋକମାନଙ୍କ ସେବା କରୁଥିବା ପୋଲିସ ମାନଙ୍କ ସହ ଏପରି ହେବା କେତେଦୂର ଯୁକ୍ତିଯୁକ୍ତ ତାହା ଆପଣମାନେ ଭାବନ୍ତୁ ?

Leave a Reply

Your email address will not be published. Required fields are marked *