Pratidin TV

Odisha's Digital News Platform

ମହିଳା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ,ପୁରୁଷ ଟେଲର ନେଇପାରିବେନି ମହିଳାଙ୍କ ଡ୍ରେସ୍‌ ମାପ…

1 min read

ପୁରୁଷମାନେ କରିପାରିବେନି ମହିଳାଙ୍କ ପୋଷାକ ସିଲେଇ । କେବଳ ଏତିକି ନୁହେଁ ପୁରୁଷମାନେ ମହିଳାଙ୍କ କେଶ ମଧ୍ୟ କାଟି ପାରିବେ ନାହିଁ । ମହିଳାମାନଙ୍କୁ ‘ବ୍ୟାଡ୍ ଟଚ୍‌’ ବା ‘ଖରାପ ସ୍ପର୍ଶ’ରୁ ରକ୍ଷା କରିବା ପାଇଁ ପୁରୁଷଙ୍କ ଖରାପ ଉଦ୍ଦେଶ୍ୟକୁ ଫଳପ୍ରଦ କରାଇ ନଦେବା ପାଇଁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନ।

ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍‌ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ ନେବେ। ଏହା ସହ ଜଡ଼ିତ ନିର୍ଦ୍ଦେଶ ସବୁ ଜିଲାକୁ ମଧ୍ୟ ଜାରି କରାଯାଇଛି।

Advertisement

ମହିଳା ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ବୁଟିକ୍‌ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ମହିଳାମାନେ ନେବେ। ଏହା ସହିତ ଜିମ୍‌ ସମ୍ବନ୍ଧରେ ମଧ୍ୟ ସମାନ ନିୟମ ସ୍ଥିର କରାଯାଇଛି। ଜିମ୍‌ ଅପରେଟରମାନଙ୍କୁ ମଧ୍ୟ ମହିଳା ପ୍ରଶିକ୍ଷକ ନିଯୁକ୍ତି କରିବାକୁ ପଡ଼ିବ। ସମସ୍ତ ଜିଲ୍ଲାକୁ ମହିଳା ଆୟୋଗର ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ବୁଟିକ୍‌ରେ ମହିଳାଙ୍କ ମାପ ନେବାକୁ ଜଣେ ମହିଳା ଟେଲର ନିଯୁକ୍ତ ହେବାକୁ ପଡ଼ିବ। ଏହା ସହିତ ବୁଟିକ୍‌ରେ ସିସିଟିଭି ଲଗାଯିବ। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍‌ ବିକ୍ରୟ କରୁଥିବା ଦୋକାନଗୁଡ଼ିକ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ମହିଳା କର୍ମଚାରୀ ନିଯୁକ୍ତ କରିବାକୁ ପଡ଼ିବ। କୋଚିଂ ସେଣ୍ଟରରେ ମହିଳାମାନଙ୍କ ପାଇଁ ସିସିଟିଭି ଏବଂ ଶୌଚାଳୟ ରହିବା ମଧ୍ୟ ଆବଶ୍ୟକ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମସ୍ତ ନିୟମ ସ୍ଥିର ହୋଇଛି।

ଏ ସମ୍ପର୍କରେ ଜିଲା ପ୍ରୋବେସନ ଅଧିକାରୀ ଶାମଲି ହମିଦ ହୁସେନ କହିଛନ୍ତି ଯେ, ଅକ୍ଟୋବର ୨୮ରେ ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କର ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯାହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ କୁହାଯାଇଛି ଯେ, ମହିଳା ଜିମ୍‌ / ଯୋଗ କେନ୍ଦ୍ରରେ ଜଣେ ମହିଳା ପ୍ରଶିକ୍ଷକ ରହିବା ଉଚିତ। ପ୍ରଶିକ୍ଷକ ଏବଂ ମହିଳା ଜିମ୍‌ ଯାଞ୍ଚ କରିବା ମଧ୍ୟ ଆବଶ୍ୟକ।

Leave a Reply

Your email address will not be published. Required fields are marked *