Pratidin TV

Odisha's Digital News Platform

ଆପଣ କାର୍ଡ ବିନା ମୋବାଇଲରୁ ନଗଦ ଟଙ୍କା ଉଠାଇ ପାରିବେ, ଜାଣନ୍ତୁ ଏହି ପାଞ୍ଚଟି ଟିପ୍ସ…

1 min read

ଆପଣ ଏଟିଏମ କାର୍ଡରେ ଟଙ୍କା ଉଠାଇବା ସୁବିଧା ବିଷୟରେ ହୁଏତ ଆଗରୁ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି QR କୋଡ୍ ସ୍କାନ୍ ମାଧ୍ୟମରେ ଆପଣ ସହଜରେ ଏଟିଏମରୁୁ ଟଙ୍କା ଉଠାଇ ପାରିବେ? ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ କିପରି QR କୋଡ୍ ମାଧ୍ୟମରେ ଟଙ୍କା ଉଠାଇପାରିବେ? ଯଦି ଆପଣଙ୍କୁ ନଗଦ ଟଙ୍କା ଦରକାର । ତେବେ ଆପଣ ଏଟିଏମକୁ ଯାଇଥାନ୍ତି । ହେଲେ ବେଳେ ବେଳେ ଏଟିଏମରେ ପହଞ୍ଚିବା ପରେ ଆପଣ ନିଜ କାର୍ଡକୁ ଘରେ ଛାଡି ଆସିଥିବା ବେଳେ ଟଙ୍କା ଉଠାଇବାରେ ଅସୁବିଧା ହୋଇଥାଏ । ତେବେ ଏପରି ସ୍ଥିତିରେ ଆପଣ QR କୋଡ୍ ସ୍କାନ୍ କରି ମଧ୍ୟ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଧ୍ୟାନରେ ରଖିବାକୁ ପଡିବ ।

ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଟିପ୍ସ ବିଷୟରେ
୧. ପ୍ରଥମେ ଜାଣନ୍ତୁ ଯେ UPI ପ୍ରୟୋଗରେ ପଞ୍ଜିକୃତ ଯେ କୈାଣସି ବ୍ୟକ୍ତିଙ୍କ UPI-ATM ବ୍ୟବହାର କରିପାରିବେ ।
୨. ପ୍ରଥମେ ଆପଣଙ୍କୁ ଏଟିଏମକୁ ଯାଇ UPI କାର୍ଡଲେସ୍ କ୍ୟାଶ୍ / QR କ୍ୟାଶ୍ ଅପ୍ସନ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।
୩. ଏହା ପରେ, ଆପଣ ଆମାଉଣ୍ଟ ପ୍ରବେଶ କରନ୍ତୁ ।
୪. ପରେ, ମେସିନ୍ ଆପଣଙ୍କ ସାମ୍ନାରେ ଏକ QR କୋଡ୍ ଦେଖାଇବ । ଆପଣ ନିଜ ଫୋନରେ ଥିବା ଯେ କୈାଣସି UPI ଆପ୍ ଯେପରିକି ପେଟିଏମ୍‌, ଫୋନ୍ ପେ, ଗୁଗୁଲ୍ ପେ ଇତ୍ୟାଦିରେ QR କୋଡ୍ ସ୍କାନ୍ କରିପାରିବେ ।
୫. QR କୋଡ୍ ସ୍କାନ୍ କରନ୍ତୁ ଏବଂ UPI PIN ଦେବା ପରେ, ATMରୁ ନଗଦ ପାଇବେ ।

Advertisement

କିନ୍ତୁ ଆପଣ ଜାଣନ୍ତି କି UPI ମାଧ୍ୟମରେ ଇଞଗ ରୁ କେବଳ ୧୦,୦୦୦ ଟଙ୍କା ଉଠାଇ ପାରିବେ । ମୋଟ ଉପରେ, ଯଦି ଆପଣ ଏହି ସୁବିଧା ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ଫୋନ୍ ରହିବା ଆବଶ୍ୟକ ଯାହା ମାଧ୍ୟମରେ ଆପଣ UPI ପେମେଣ୍ଟ କରିପାରିବେ ।

Leave a Reply

Your email address will not be published. Required fields are marked *