Pratidin TV

Odisha's Digital News Platform

ଡ୍ରାମା କୁଇନଙ୍କୁ ଲାଗିଲା ସୁପ୍ରିମ ଝଟକା , ୪ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ..

ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କୁ ଲାଗିଲା ସୁପ୍ରିମ ଝଟକା । ଯାହାକୁ ଡରୁଥିଲେ ଠିକ ସେଇଆ ହେଲା , ଖୁବ ଶୀଘ୍ର ଗିରଫ ହେବେ ରାକ୍ଷୀ । ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନି ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଥିଲେ । ଏହି ମାମଲା ରୁଜୁ ହେବାପରେ ବମ୍ବେ ହାଇକୋର୍ଟ ରେ ଜାମିନ ଆବେଦନ କରିଥିଲେ ରାକ୍ଷୀ । ହେଲେ ହାଇକୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲା ,ପରେ ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଥିଲେ ।

ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁ ଦାବି କରିଥିଲେ । ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହୋଇଛି । ତାଙ୍କର ଆବେଦନ କୁ ପୁଣିଥରେ ଖାରଜ କରିଦେଇଛି ସୁପ୍ରିମକୋର୍ଟ ୪ସପ୍ତାହ ମଧ୍ୟରେ ନିମ୍ନଅଦାଲତରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ରାକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟମୁତାବକ ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ କରି ଦେଇଛନ୍ତି । ଏହି ମାମଲାରେ ରାକ୍ଷୀ ଗିରଫଦାରୀରୁ ବଞ୍ଚିବା ପାଇଁ ଅଗ୍ରମୀ ଜାମିନ ଆବେଦନ କରିଥିଲେ । ରାକ୍ଷୀଙ୍କ ଅଗ୍ରୀମ ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ପୂର୍ବରୁ ବମ୍ବେ ହାଇକୋର୍ଟ ଖାରଜ କରି କହିଥିଲେ, ‘ଅଭିନେତ୍ରୀଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ କେବଳ ଅଶ୍ଳୀଳ ଅଛି ତାହା ନୁହେଁ ଅଶ୍ଳୀଳ ଠାରୁ ଆହୁରି ନିମ୍ନମାନର ରହିଛି । ତଥ୍ୟା, ଅଭିଯୋଗ ଓ ଘଟଣା ସହିତ ଜଡ଼ିତ ଥିବା ପରିସ୍ଥିତିକୁ ବିଚାର କରିବା ପରେ ଅଭିନେତ୍ରୀଙ୍କ ଅଗ୍ରୀମ ଜାମନ ଆବେଦନ ଖାରଜ କରାଯାଇଛି ।’

Leave a Reply

Your email address will not be published. Required fields are marked *