Pratidin TV

Odisha's Digital News Platform

ଡେଙ୍ଗୁ ରକ୍ତ ପରୀକ୍ଷାକୁ ନେଇ ଉତ୍ତେଜନା , ଡାକ୍ତରଙ୍କୁ ପିଟିଲେ ଉତ୍ୟକ୍ତ ଯୁବକ …

ଅଠରବାଙ୍କୀ ମେଡିକାଲରେ ରକ୍ତ ପରୀକ୍ଷା କରି ରୋଗୀ ହଟହଟା । ଏହି ଘଟଣାକୁ ନେଇ ଅଠରବାଙ୍କି ଡାକ୍ତରଖାନାରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେବା ସହିତ ପୋଲିସ ପହଞ୍ଚିଛି । ମେଡିକାଲ ରକ୍ତ ପରୀକ୍ଷାରେ ଡେଙ୍ଗୁ ପଜେଟିଭ ବାହାରିଥିଲା ଏବଂ ତାଙ୍କୁ ଡାକ୍ତର ମେଡିସିନ ଦେଇଥିଲେ।

ମେଡିସିନ ଖାଇବାର ତିନିଦିନ ପରେ ସମ୍ପୃକ୍ତ ରୋଗୀ କଟକରେ ଟେଷ୍ଟ କରିବାରୁ ସବୁ ନର୍ମାଲ ରିପୋର୍ଟ ବାହାରିଥିଲା। ଯାହାକୁ ନେଇ ପାରାଦ୍ୱୀପ ଲୋକନାଥ କଲୋନୀର କିଛି ମହିଳା ଓ ପୁରୁଷ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ବୁଝାଉ ଥିବା ବେଳେ ବିଜ୍ଞାନ ନାମକ ଜଣେ ଯୁବକ ଡାକ୍ତର ପ୍ରସନ୍ନ କୁମାର ସାମଲ ଙ୍କୁ ଆକ୍ରମଣ କରିଥିବା ସିସିଟିଭି ରେ କଏଦ ହୋଇଛି।

ଏ ସମ୍ପର୍କରେ ଡାକ୍ତର ପାରାଦ୍ୱୀପ ଆଦର୍ଶ ଥାନାକୁ ଖବର ଦେବା ସହିତ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି। ଡେଙ୍ଗୁ ପରୀକ୍ଷା ପରେ ତାଙ୍କୁ ମେଡିସିନ ଦିଆଯାଇଥିଲା ଏବଂ ତିନିଦିନ ଧରି ସେ ମେଡିସିନ ଖାଇଥିଲେ, ତେଣୁ ତାଙ୍କର ଡେଙ୍ଗୁ ନେଗେଟିଭ ଆସିଥିବା ଡାକ୍ତର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *