Pratidin TV

Odisha's Digital News Platform

ପ୍ରକାଶ ପାଇଲା UPSC ରେଜଲ୍ଟ , ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ..

1 min read

ପ୍ରକାଶ ପାଇଲା UPSC  ରେଜଲ୍ଟ । ୨୦୨୩ ର ଫାଇନାଲ୍ ଫଳାଫଳ ପ୍ରକାଶ ପାଇଛି । ୧୮୦ IAS , ୨୦୦ IPS , ୩୭ IFS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ । ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଆଇଏସ୍ ଟପ୍ପର ହୋଇଛନ୍ତି । ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ପାଇଛନ୍ତି । ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା ।

ପ୍ରେଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧୫, ୧୬, ୧୭, ୨୩, ଏବଂ ୨୪, ୨୦୨୩ ରେ ଦୁଇଟି ସିଫ୍ଟରେ ହେବାକୁ ଥିବା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ । CSE ୨୦୨୩ ର ସାକ୍ଷାତକାର କିମ୍ବା ବ୍ୟକ୍ତିତ୍ୱ ପରୀକ୍ଷା ଜାନୁୟାରୀ ୨ ରୁ ଏପ୍ରିଲ ୯ ମଧ୍ୟରେ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ବିଭିନ୍ନ କେନ୍ଦ୍ର ସରକାରୀ ସେବା ତଥା ବିଭାଗରେ ମୋଟ ୧,୦୧୬ ଟି ପଦବୀ ପୂରଣ କରିବ, ଯେପରିକି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ।

Advertisement

Leave a Reply

Your email address will not be published. Required fields are marked *