Pratidin TV

Odisha's Digital News Platform

UPSC ୨୦୨୨ ପ୍ରିନ୍ସିପାଲ ଭତ୍ତ ପରୀକ୍ଷା ତାରିଖ ଘୋଷିତ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଛି ୟୁପିଏସସି ୨୦୨୨ରୀ ପରୀକ୍ଷା ତାରିଖ । ଗୁରୁବାର ଏହି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରିନ୍ସିପାଲ ଭର୍ତ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୭ ତାରିଖରେ ପ୍ରଥମ ପରୀକ୍ଷା ବା ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦.୩୦ରୁ ଦିନ ୧୨.୩୦ ଯାଏଁ ପରୀକ୍ଷା ଅନୁଷ୍‌ଠିତ ହେବ । ଆବେଦନକାରୀ ମାନେ ଆଡମିଟ୍ କାର୍ଡ ପାଇଁ ଏହି ଲିଙ୍କରେ କ୍ଲିକ୍ କରି ଡାଉନଲୋଡ୍ କରି ପାରିବେ ।

ଲିଖିତ ପରୀକ୍ଷାରେ ପାଶ୍ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଇଣ୍ଟରଭ୍ୟୁ ସାମ୍ନା କରିବାକୁ ପଡିବ । ଲିଖିତ ପରୀକ୍ଷା ପାଇଁ ୭୫ ଏବଂ ଇଣ୍ଟରଭ୍ୟୁ ପାଇଁ ୨୫ ମାର୍କ ରଖାଯିବ । ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀ ମାନଙ୍କୁ ଚୟନ କରାଯିବ । ସମୁଦାୟ ୩୬୩ଟି ପଦ ପାଇଁ ପ୍ରିନ୍ସିପାଲ ଚୟନ କରାଯିବ । ପରୀକ୍ଷାର ସମସ୍ତ ପ୍ରଶ୍ନ ବିଷୟ ସୂଚକ ଏବଂ ଅପସନ ଭିତ୍ତିକ ରହିଂବ । ଇଂରାଜୀ , ବୈଷୟିକ କୌଶଳ, ରିଜୋନିଙ୍ଗ, ମ୍ୟାନେଜମେଣ୍ଟ ଆଧାରରେ ପ୍ରଶ୍ନପତ୍ର ରହିବ । ପରୀକ୍ଷା ୨ ଘଣ୍ଟାର ରହିଥିବା ବେଳେ ପ୍ରତ୍ୟେକ ପ୍ରଶ୍ନ ସମାନ ମାର୍କର ରହିବ । ସମୁଦାୟ ୩୦୦ ମାର୍କର ପରୀକ୍ଷା ହେବାକୁ ଥିବା ବେଳେ ଉଭୟ ହିନ୍ଦି ଓ ଇଂରାଜୀରେ ପରୀକ୍ଷା ଦେଇହେବ । ପ୍ରତି ତିନୋଟି ଭୁଲ ଉତ୍ତରରେ ଗୋଟିଏ ମାର୍କ କଟିବ ।

Advertisement

Leave a Reply

Your email address will not be published. Required fields are marked *