Pratidin TV

Odisha's Digital News Platform

ଆଇଏଏସ୍ ପୂଜା ଖେଡକରଙ୍କ ନାଁ ରେ ୟୁପିଏସସି ରୁଜୁ କଲା ମାମଲା ..

1 min read

ବଢ଼ିବାରେ ଲାଗିଛି ଆଇଏଏସ୍ ପୂଜା ଖେଡକରଙ୍କ ଅଡୁଆ । ତାଙ୍କର ପିଛା ଛାଡ଼ୁନି ବିବାଦ  । ଆଜି ପୁଣି ଥରେ ପୂଜା ଙ୍କ ବିରୋଧରେ UPSC ମାମଲା ରୁଜୁ କରିଛି । ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ ତାଙ୍କୁ ଜୁଲାଇ ୨୩ରେ ମସୁରୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ।ନୋଟିସରେ UPSC ପକ୍ଷରୁ କୁହାଯାଇଛି, ଆପଣଙ୍କ ସଦସ୍ୟତା କାହିଁକି ରଦ୍ଦ କରାଯିବନି ଓ ଆଗାମୀ ୟୁପିଏସସି ପରୀକ୍ଷାରୁ କାହିଁକି ବଞ୍ଚିତ କରାଯିବନି ।

ୟୁପିଏସସି ପକ୍ଷରୁ କୁହାଯାଇଛି, ‘ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି । ସିଭିଲ ସେବା ପରୀକ୍ଷା ୨୦୨୨ରେ ସେ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ତାଙ୍କର ପରୀକ୍ଷା ଦେବା ଲିମିଟ ଶେଷ ହୋଇଯାଇଥିଲା । ଏହା ସତ୍ତ୍ବେ ସେ ନିଜ ପରିଚୟକୁ ଜାଲିଆତି କରି ୟୁପିଏସସିର ସିଭିଲ ପରୀକ୍ଷା ଦେଇଥିଲେ । ସେ କେବଳ ନିଜ ନାଁ ବଦଳାଇ ନଥିଲେ, ବାପା, ମାଆଙ୍କ ନାଁ ବଦଳାଇ ଦେଇଥିଲେ । ଏପରିକି ଫଟୋ ବି ବଦଳାଇ ଦେଇଥିଲେ ।’ୟୁପିଏସସି ପକ୍ଷରୁ ଆଗକୁ କୁହାଯାଇଛି, ‘ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯିବା ସହ ଏକାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବା ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *