Pratidin TV

Odisha's Digital News Platform

UPSC ୨୦୨୨ Topper : ବାପାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଗରିମାଙ୍କ ସଂଘର୍ଷ , ଜାଣନ୍ତୁ କେମିତି ମିଳିଲା ସଫଳତା ..

1 min read

ନୁଆଦିଲ୍ଲୀ : ଚଳିତ ବର୍ଷ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ରହି ନିଜ ଗାଁ ମାଟିକୁ ଗର୍ବିତ କରିଛନ୍ତି ବିହାର ବକ୍ସର ଜିଲ୍ଲାର ଗରିମା ଲୋହିୟା । କିନ୍ତୁ ଏହି ସଫଳତା ପାଇଁ ଯେ ତାଙ୍କୁ କେତେ ବାଡ ଓ କଣ୍ଟା ଡେଇଁ ଆସିବାକୁ ପଡିଛି ତାହା ସେ ନିକଟରେ ଗଣାମ।ଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ ।

UPSC ପରୀକ୍ଷାରେ ସାରା ଭାରତରେ ନିଜ ଗରିମା ଦେଖାଇଥିବା ଗରିମା ଲୋହିଆ ବିହାର ବକ୍ସର ଜିଲ୍ଲାର ବାସିନ୍ଦା ଅଟନ୍ତି । ୨୦୧୫ ମସିହାରେ ସବୁଦିନ ପାଇଁ ଆଖିବୁଜିଥିଲେ ଗରିମାଙ୍କ ବାପା । ପରିବାର କହିଲେ ମା ଓ ୩ ଭାଇଭଉଣୀ । ତେବେ ଗରିମା ଘରର ମଝିଆ ଝିଅ ଅଟନ୍ତି । ବାପାଙ୍କ ମୃତ୍ୟୁ ପରେ ମା’ ହିଁ ପୁରା ପରିବାରକୁ ସମ୍ଭାଳିଥିବା କୁହନ୍ତି ଗରିମା । ଏପରିକି ବଡ ଭଉଣୀର ବାହାଘର ମଧ୍ୟ ମାଁ ହିଁ କରିଛନ୍ତି । ସେହିଭଳି ଗରିମାଙ୍କ ଆଉ ଏକ ସାନଭାଇ ମଧ୍ୟ ଅଛି ।

ତେବେ ଗରିମା ନିଜେ ଗଁରେ ହିଁ ୧୦ମ ଶ୍ରେଣୀ ଯାଏ ପାଠ ପଢିଥିଲେ । ଏହା ପରେ ସେ ନିଜ ଭବିଷ୍ୟତ ପାଇଁ ବନାରଶ ଓ ପରେ ଦିଲ୍ଲୀରେ ସ୍ନାତୋକ ହାସଲ କରିଥିଲେ । ୨୦୨୦ରେ କୋଭିଡ କାରଣରୁ ଗରିମା ନିଜ ଘର ବିବାହରକୁ ଫେରି ଆସିଥିଲେ । ସେଠାରେ ରହି ଘରର ପରିସ୍ଥିତିକୁ ଲକ୍ଷରେ ରଖି ୟୁପିଏସସି ପାଇଁ ପଢାପଢି ଆରମ୍ଭ କରିଥିଲେ । ତେବେ ଗରିମାଙ୍କ ଆର୍ଥିକ ସ୍ଥିତି ସେତେ ସୃଦୁଢ ନଥିବାରୁ ସେ କୌଣସି କୋଚିଂ ନେଇନଥିଲେ । ବରଂ ଘରେ ହିଁ ପଢାପଢି ଆରମ୍ଭ କରିଥିଲେ । କେଉଁଦିନ ୮ ଘଣ୍ଟା ଯାଏ ପଢୁଥିଲେ ତ କେଉଁଦିନ ସେ ମାତ୍ର ୧ ଘଣ୍ଟା ପଢୁଥିଲେ । ଏନେଂ ଗରିମା କହିଛନ୍ତି ଯେ ପଢା ପାଇଂ କୌଣସି ଟାଇମ ଟେବୁଲ କରିବା ଆବଶ୍ୟକ ନାହିଁ । ନିଜ ଲକ୍ଷକୁ ଆଖି ସାମ୍ନାରେ ରଖି ତାକୁ ସଫଳ କରିବା ପାଇଁ ପରିଶ୍ରମ କରିଚାଲ । ଶେଷରେ ସଫଳତା ତୁମ ପାଦତଳେ ଥିବ ।

Leave a Reply

Your email address will not be published. Required fields are marked *