Pratidin TV

Odisha's Digital News Platform

ସୁଟିଂ ସେଟରେ ଆହତ ହେଲେ ଉର୍ବଶୀ , ହସ୍ପିଟାଲ ରେ ହେଲେ ଭର୍ତ୍ତି ..

1 min read

ସୁଟିଂ ବେଳେ ଗୁରୁତର ଆହତ ହେଲେ ଉର୍ବଶୀ ରାଉତେଲା ।  ତାଙ୍କ ହାତରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଅଭିନେତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବାସ୍ତବରେ, ଏକ ଜାତୀୟ ଗଣମାଧ୍ୟମ  ରିପୋର୍ଟ ଅନୁଯାୟୀ, ଉର୍ବଶୀ ହାଇଦ୍ରାବାଦରେ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଆଗାମୀ ତେଲୁଗୁ ଚଳଚ୍ଚିତ୍ର NBK 109 ରେ ପାଇଁ ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରର ଏକ ଆକ୍ସନ୍ ସିନ୍ ସୁଟିଂ ହେବା ବେଳେ ଅଭିନେତ୍ରୀ ଆହତ ହୋଇଥିଲେ ।

ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ ଭାଙ୍ଗି ଯାଇଥିୂବା ନେଇ ସୂଚନା ରହିଛି । ଉର୍ବଶୀ ରାଉତେଲା NBK 109’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ହାଇଦ୍ରାବାଦରେ ଜାରି ରହିଛି । ସୁଟିଂ ବେଳେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ବବି ଦେଓଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅକ୍ଟୋବର 2024 ସୁଦ୍ଧା ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇପାରେ । ଏହି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *