Pratidin TV

Odisha's Digital News Platform

ଋଷଭଙ୍କୁ ଛାଡି ଏହି ଖେଳାଳିଙ୍କୁ ଡେଟ୍ କରୁଛନ୍ତି ଉର୍ବଶୀ ରୌତେଲା, ଭାଇରାଲ ହେଉଛି ଫଟୋ..

1 min read

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ଫିଲ୍ମ ଅପେକ୍ଷା ନିଜ ପର୍ଶନଲ ଲାଇଫ କୁ ନେଇ ବେଶ ଚର୍ଚ୍ଚା ରେ ରୁହନ୍ତି । ସର୍ବଦା ଋଷଭ ପନ୍ତଙ୍କ ସହ ତାଙ୍କ ନାମ ଯୋଡାଯାଇଥାଏ । ଉର୍ବଶୀ ମଝିରେ ଋଷଭ ପନ୍ତଙ୍କ ନାମ ନନେଇ ମଧ୍ୟ ତାଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳେ । ତେବେ ଏ ସମ୍ପର୍କରେ ପନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା। ହେଲେ ଉର୍ବଶୀଙ୍କ ନାମ ଜଣେ ଫୁଟବଲର ଙ୍କ ସହିତ ଯୋଡା ଯାଉଛି।

ବାସ୍ତବରେ, ଉର୍ବଶୀ ଫ୍ରାନ୍ସର ଫୁଟବଲର୍ କରିମ୍ ବେଞ୍ଜେମାଙ୍କୁ ଭେଟିଥିଲେ। ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହିତ ଉର୍ବଶୀ କ୍ୟାପସନରେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।ଉର୍ବଶୀଙ୍କ ଏହି ଫଟୋରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଉର୍ବଶୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ସେ କରିମଙ୍କୁ ଡେଟ କରୁଛନ୍ତି ବୋଲି ଏକ ଗୁଜବ ମଧ୍ୟ ଚାଲିଛି। ତେବେ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Advertisement

ଉର୍ବଶୀଙ୍କ ପ୍ରେମ ଜୀବନକୁ ନେଇ ଅନେକ ପ୍ରକାରର ଖବର ଆସିଛି। ତାଙ୍କ ନାମ ଋଷଭ ପନ୍ତଙ୍କ ସହ ମଧ୍ୟ ଯୋଡ଼ାଯାଇ ବହୁତଥର ଚର୍ଚ୍ଚା ହୋଇଛି। ସେ ଋଷବଙ୍କ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। ଆଜିକାଲି ଋଷଭ ପନ୍ତ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଦୀର୍ଘ ସମୟ ପରେ ପନ୍ତ କ୍ରିକେଟ ମୈଦାନକୁ ଫେରିଛନ୍ତି। ଏକ କାର ଦୁର୍ଘଟଣା ଯୋଗୁଁ ସେ ଦୀର୍ଘ ସମୟ ଧରି ଖେଳ ପଡିଆରୁ ଦୂରଇ ରହିଥିଲେ।

Leave a Reply

Your email address will not be published. Required fields are marked *