Pratidin TV

Odisha's Digital News Platform

ମୋବାଇଲ ପରି ନିଜ ହୃତପିଣ୍ଡକୁ ଚାର୍ଜ କରନ୍ତି ଏହି ମହିଳା…

ସାଧାରଣତଃ କୈାଣସି ଇଲେକ୍ଟ୍ରୋନିକ ଜିନିଷରେ ବ୍ୟାଟେରୀ ବ୍ୟବହାର କରାଯାଇଥାଏ । କେବେ ଆପଣ ଶୁଣିଛନ୍ତି କି କୈାଣସି ମଣିଷ ହୃତପିଣ୍ଡ ବ୍ୟାଟେରୀ ଦ୍ୱାରା ଚାଲେ ବୋଲି । କିନ୍ତୁ ଆମେ ଏମିତି ଏକ ମହିଳାଙ୍କ ବିଷୟରେ କହିବୁ ଯାହାଙ୍କର ହୃତପିଣ୍ଡ ବ୍ୟାଟେରୀ ଦ୍ୱାରା ଚାଲିଥାଏ । ଆଉ ଯଦି ବ୍ୟାଟେରୀରୁ କେବେ ଚାର୍ଜ ସରିଯିବ ତେବେ ମହିଳାଙ୍କର ମୃତ୍ୟୁ ସୁନିଶ୍ଚିତ । ତେବେ ବିଶ୍ୱରେ ଅନେକ ଲୋକ ହୃଦରୋଗରେ ପୀଡିତ ହେଉଛନ୍ତି । କିନ୍ତୁ ଆମେରିକାର ଏକ ମହିଳା ବିରଳ ହୃଦ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଯାହା ତାଙ୍କ ନାଡକୁ ଚଳାଇବା ପାଇଁ ବ୍ୟାଟେରୀ ଆବଶ୍ୟକ କରୁଛି । ମହିଳାଙ୍କ ଜୀବନ ବ୍ୟାଟେରୀ ଉପରେ ନିର୍ଭର କରେ ବୋଲି କହିଲେ ଭୁଲ ହେବ ନାହିଁ । ୩୦ ବର୍ଷିୟ ସୋଫିଆ ଆମେରିକାର ହାର୍ଟ ବୋଷ୍ଟନ୍ ସହରର ବାସିନ୍ଦା । ସୋଫିଆ ‘ବାମ ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ୍‌’ ପାଇଁ ଅସ୍ତ୍ରୋପଚାର କରିଛନ୍ତି । ଯାହା ମାଧ୍ୟମରେ ତାଙ୍କ ହୃଦୟ ଏକ ମେସିନ୍ ମାଧ୍ୟମରେ କାର୍ଯ୍ୟକରେ ।

ସୋଫିଆଙ୍କ ହୃଦୟ ମାଂସପେଶୀର ଏକ ରୋଗ ରହିଛି । ଏଥିପାଇଁ ତାଙ୍କ ଶରୀରରେ ଏକ ହୃଦସ୍ପନ୍ଦନ ଉପକରଣ ସ୍ଥାପନ କରାଯାଇଛି । ବ୍ୟାଟେରୀ ଏବଂ ରିମୋଟ କିପରି ତାଙ୍କ ଜୀବନକୁ ବଞ୍ଚାଇ ରଖୁଛି ସେ ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବଞ୍ଚିବା ପାଇଁ ତାଙ୍କୁ ହୃଦୟ ପ୍ରତିରୋପଣ ଆବଶ୍ୟକ । ସୋଫିଆ କହିଛନ୍ତି ଯେ ଯେତେବେଳେ ସେ ଘରେ ଥାଆନ୍ତି, ସେ ନିଜ ବ୍ୟାଟେରୀକୁ କାନ୍ଥରେ ଥିବା ପାୱାର ଆଉଟଲେଟ୍ ସହିତ ସଂଯୋଗ କରନ୍ତି, ଯାହା ଏହାକୁ ଚାର୍ଜ କରିବା ପାଇଁ କାମ କରେ । ଏହି ପାୱାର ଆଉଟଲେଟରେ ବହୁତ ଲମ୍ବା ତାର ମଧ୍ୟ ରହିଛି । ତେବେ ଯେତେବେଳେ ତାଙ୍କୁ ଘରୁ ବାହାରକୁ ଯିବାକୁ ପଡିବ, ସେତେବେଳେ ସେ ଦୁଇଟି ବ୍ୟାଟେରୀ ବ୍ୟବହାର କରନ୍ତି । କେବଳ ଏଗୁଡିକ ମାଧ୍ୟମରେ ସେ ଏହି ଡିଭାଇସ୍ ଚାର୍ଜ କରିବାକୁ ସକ୍ଷମ ଅଟନ୍ତି । ଜରୁରୀକାଳୀନ ପରିସ୍ଥିତିରେ, ଏହି ବ୍ୟାଟେରୀଗୁଡ଼ିକ ଏହାକୁ ଜୀବନ୍ତ ରଖିବା ପାଇଁ କାର୍ଯ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *