Pratidin TV

Odisha's Digital News Platform

ହାମାସ ଆକ୍ରମଣରେ ପ୍ରାଣ ହରାଇଥିଲେ ମହିଳା, ସ୍ମାର୍ଟୱାଚ୍ ସାହାର୍ଯ୍ୟରେ ମୃତଦେହ ପାଇଲେ ବାପା…

1 min read

ହାମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଅନେକ ଲୋକଙ୍କ ମୃତଦେହ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ଏହି ଯୁଦ୍ଧ ଥମିବାର ନାଁ ନେଉନି । ତେବେ ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଇଛି । ଉଭୟ ଦେଶ ମଧ୍ୟରେ ଘନଘନ ରକେଟ ମାଡରେ ଧ୍ୱସଂ ହେଉଛି ଅନେକ ସ୍ଥାନ । ଯାହାଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁଦ୍ଧରେ ଜଣେ ମହିଲା ପ୍ରାଣ ହରାଇଥିବା ବେଳେ ତାଙ୍କ ବାପା ଝିଅର ମୃତଦେହକୁ ସ୍ମାର୍ଟୱାଚ ଜରିଆରେ ଚିହ୍ନଟ କରିଛନ୍ତି । ମହିଳାଙ୍କ ପିତା କହିଛନ୍ତି ଯେ ସେ ତାଙ୍କ ଝିଅର ମୃତଦେହ ଖୋଜିବା ପାଇଁ ଆପଲ୍ ୱାଚ୍ ଏବଂ ତାଙ୍କ ଫୋନର ଟ୍ରାକିଂ ବୈଶିଷ୍ଟ୍ୟ ବ୍ୟବହାର କରିଛନ୍ତି । ଯାହା ଫଳରେ ଶରୀରକୁ ଚିହ୍ନଟ କରାଯାଇଛି । ସୂଚନା ମୁତାବିକ ନୋଭା ସଂଗୀତ ମହୋତ୍ସବରେ ହାମାସ ଗୋଷ୍ଠୀର ଯୁଦ୍ଧବିମାନ ଦ୍ୱାରା ହତ୍ୟା କରାଯାଇଥିବା ଲୋକ ମାନଙ୍କ ମଧ୍ୟର ଇସ୍ରାଏଲର୨୪ ବର୍ଷିୟ ଡାନିଏଲ୍ ନାମକ ମହିଳା ପ୍ରାଣ ହରାଇଥିଲେ । ମହିଳାଙ୍କ ପିତା କହିଛନ୍ତି ଯେ ଡାନିଏଲ୍ ସେହି ମ୍ୟୁଜିକ ପାର୍ଟିରେ ନିଜ ପ୍ରେମିକ ସହ ଯୋଗ ଦେଇଥିଲେ । ପରେ ହାମାସ୍ ଯୋଦ୍ଧାମାନେ ତାଙ୍କୁ ଆକ୍ରମଣ କରିଥିଲେ ।ଏହି ଘଟଣାର ପ୍ରଘଟ ହେବାପରେ ବାପା ଆୟାଲ ୱାଲଡମ୍ୟାନ୍ ପ୍ରଥମେ ଭାବିଥିଲେ ଯେ ତାଙ୍କ ଝିଅ ଗୁନ୍ସ ଦ୍ୱାରା ଅପହରଣ ହୋଇଛି । କିନ୍ତୁ କିଛି ଦିନ ପରେ ସେ ଜାଣିବାକୁ ପାଇଲେ ତାଙ୍କ ଡାନିଏଲ ଙ୍କୁ ହାମାସ ଆତଙ୍କବାଦୀ ମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି କାରଣରୁ ଡାନିଏଲ ତାଙ୍କ ବାପାଙ୍କ ଫୋନକୁ କଲ କରିଥିଲେ । ଆଉ ଏଥିପାଇଁ ସ୍ମାର୍ଟୱାଚ୍ ର୍ଜରିଆରେ ତାଙ୍କ ମୃତଦେହର ସନ୍ଧାନ ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *