Pratidin TV

Odisha's Digital News Platform

କଖାରୁ ଡଙ୍ଗାରେ ୨୬ ଘଣ୍ଟା ନୌଚାଳନା କରି ବିଶ୍ଵ ରେକର୍ଡ କଲେ ଆମେରିକାର ଗ୍ୟାରି

1 min read

କଖାରୁ ଡଙ୍ଗା ଚଳାଇ ବିଶ୍ୱ ରେକର୍ଡ କଲେ ବ୍ୟକ୍ତି | ଓରେଗନ୍‌ର ହାପ୍ପି ଭ୍ୟାଲି ସ୍ଥିତ ରିଅଲ ଇଷ୍ଟେଟ୍‌ ମୂଲ୍ୟାଙ୍କନକାରୀ ଗ୍ୟାରି କ୍ରିଷ୍ଟେନ୍‌ସେନ୍‌ ୧,୨୨୪ ପାଉଣ୍ଡ୍‌ର ଏକ କଖାରୁ ଫଳାଇଛନ୍ତି । ଏହାକୁ ଡଙ୍ଗାରେ ରୂପାନ୍ତର କରି କଲମ୍ବିଆ ନଦୀରେ ଦୀର୍ଘ ୨୬ ଘଣ୍ଟା ନୌଚାଳନା କରିଛନ୍ତି । ୱାଶିଂଟନ୍‌ର ନର୍ଥ ବୋନ୍‌ଭିଲ୍ଲେଠୁ ସେ ଯାତ୍ରା ଆରମ୍ଭ କରିଥିଲେ ଯାହାକୁ ସେ ଭ୍ୟାଙ୍କୁଭର ପର୍ଯ୍ୟନ୍ତ ୫୭.୫0 କିମି ପର୍ଯ୍ୟନ୍ତ ସେହି କଖାରୁ ଡଙ୍ଗାରେ ଯାତ୍ରା କରିଥିଲେ । କଖାରୁ ଡଙ୍ଗା ଜରିଆରେ ଦୀର୍ଘତମ ଯାତ୍ରା ନିମନ୍ତେ ସେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି । ଗିନିଜ୍‌ ୱର୍ଲଡ୍‌ ରେକର୍ଡସ ତାଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ୪୬ ବର୍ଷୀୟ ଗ୍ୟାରି ନିଜ ହାତ ତିଆରି ‘ପଙ୍କି ଲୋଫଷ୍ଟର୍‌’ କଖାରୁ ଡଙ୍ଗାରେ ପରିଣତ କରିଥିଲେ | ଚଳିତ ମାସ ୧୨-୧୩ ତାରିଖରେ ୨୬ ଘଣ୍ଟାରେ ଜଳ ଯାତ୍ରା ଶେଷ କରିଥିଲେ ।

ଗ୍ୟାରି ଗତ ଜୁଲାଇ ୧୪ ତାରିଖରେ ସେ ଏହି କଖାରୁର ପରାଗସଂଗମ କରିଥିଲେ । ଗତ ଅକ୍ଟୋବର ୪ ତାରିଖରେ ଏହାକୁ ଅମଳ କରିଥିଲେ । ପର ଦିନ ଗରଭେସ୍‌ ସ୍ଥିତ ବଉମ୍ୟାନ୍ସ ହାର୍ଭେଷ୍ଟ୍‌ ଫେଷ୍ଟିଭାଲ୍‌ରେ କଖାରୁ ଓଜନ କରାଯାଇଥିଲା । ୪୨୯.୨୬ ସେମି ମୋଟେଇଯୁକ୍ତ ଏହି କଖାରୁର ଓଜନ ଥିଲା ୫୫୫.୨ କିଲୋ । ଅକ୍ଟୋବର ୧୧ ତାରିଖରେ ଗ୍ୟାରି ଏହାକୁ କାଟି ଡଙ୍ଗାରେ ରୂପାନ୍ତରିତ କଲେ । ଯାତ୍ରାକୁ ସମ୍ପୂର୍ଣ୍ଣ ରେକର୍ଡ କରିବାକୁ ଏଥିରେ ଏକ କ୍ୟାମେରା ଲଗାଇଲେ । ଗ୍ୟାରି କହିଛନ୍ତି, ପ୍ରାୟ ୨ ଘଣ୍ଟା ନୌକାଚାଳନା ପରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୫୬ କିମି ହେଲା ଏବଂ କଖାରୁ ପାଶ୍ୱର୍ରେ ଲହରି ମାଡ଼ ହେଲା । ମଲ୍‌ଟନୋମାହଠୁ କଲମ୍ବିଆ ମାର୍ଗରେ ଏକ ସୁରକ୍ଷିତ ବେଳାଭୂମି ପଡ଼ିଲା, ଯେଉଁଠି ସେ ଓହ୍ଲାଇବାକୁ ସ୍ଥିର କଲେ । ତେବେ କଖାରୁ ଡଙ୍ଗା ତଳକୁ ଦବୁଥିବାରୁ ଅବତରଣ ଅତ୍ୟନ୍ତ କଷ୍ଟକର ଥିଲା ।

Advertisement

Leave a Reply

Your email address will not be published. Required fields are marked *