ମହିଳାଙ୍କୁ ମୃତ ଘୋଷଣା କଲେ ସରକାର, ନିଜକୁ ଜୀବନ୍ତ ପ୍ରମାଣ କରିବାକୁ ଲାଗିଲା ୧୬ ବର୍ଷ …
1 min readଆମେରିକା:୨୦୦୭ ରେ ମହିଳା ଭୁଲ୍ ଭାବରେ ମୃତ ଘୋଷଣା କଲେ: ଆପଣ ନିଶ୍ଚିତ ଭାବରେ ଏହିପରି ଅନେକ ମାମଲା ଦେଖିଥିବେ ଏବଂ ଶୁଣିଥିବେ ଯେ ମୃତ୍ୟୁ ପରେ ଲୋକଙ୍କୁ ଜିବୀତ ବୋଲି ଦର୍ଶାଯାଉଛି । ସମ୍ପତ୍ତି ପାଇଁ ହେଉ ବା ଅନ୍ୟ କୈାଣସି କାରଣ ପାଇଁ ଲୋକମାନେ ନିଜର ଆତ୍ମୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଜିବୀତ ବୋଲି କହୁଛନ୍ତି । ଆଉ କିଛି ସରକାରୀ ତ୍ରଟିରେ ଜୀବିତ ଲୋକଙ୍କୁ ମୃତ ଦର୍ଶାଯାଉଛି । ଯାହାଫଳରେ ସେମାନେ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ସେହିପରି ଏକ ସମାନ ଘଟଣା ଆଜିକାଲି ସୋସିଆଲ ମିଡିଆରେ ଲୋକଙ୍କୁ ଚକିତ କରିଛି । ଯେଉଁଥିରେ ଜଣେ ମହିଳାଙ୍କୁ ୧ କିମ୍ବା ୨ ବର୍ଷ ନୁହେଁ ବରଂ ୧୬ ବର୍ଷ ପର୍ଯ୍ୟନ୍ତ ନିଜକୁ ଜୀବିତ ପ୍ରମାଣ କରିବାକୁ ପଡିଛି ।
ଆମେରିକାର ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ ଜଣେ ମହିଳା ନିଜକୁ ଜୀବିତ ପ୍ରମାଣ କରିବାକୁ ବହୁତ ସମୟ ନେଇଥିଲେ । ତେବେ ଜଣକ ହେଉଛନ୍ତି ମ୍ୟାଡଲିନ୍-ମିସେଲ କାର୍ଟେନ୍ । ବର୍ତ୍ତମାନ ମ୍ୟାଡେଲିନ୍ଙ୍କ ପାଇଁ ସାଧାରଣ ଜୀବନଯାପନ କରିବା ଅସମ୍ଭବ ହୋଇପଡିଛି । କାରଣ ସେ ଜିବୀତ ଥିଲେ ମଧ୍ୟ ଦୁନିଆ ପାଇଁ ସେ ୧୬ ହେବ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି ଯେ ଯେତେବେଳେ ସରକାର ତାଙ୍କୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଥିଲେ । ସେତେବେଳେ ତାଙ୍କୁ କାଗଜରେ ମୃତ ଘୋଷଣା କରାଯାଇଥିଲା । ବାସ୍ତବରେ, ୧୬ ବର୍ଷ ପୂର୍ବେ, ମ୍ୟାଡେଲିନ୍ଙ୍କୁ ଭୁଲ୍ ଭାବରେ ଆମେରିକୀୟ ସରକାର ଏକ ସାମାଜିକ ସୁରକ୍ଷା ନମ୍ବର ଦେଇଥିଲେ, ଯାହା ଜଣେ ମୃତ ବ୍ୟକ୍ତିଙ୍କ ସହ ଜଡିତ ଥିଲା ।୨୦୦୭ ମସିହାରେ ଯେତେବେଳେ ସେ ଜଣେ ଛାତ୍ର ଥିଲେ, ଏହି ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ମ୍ୟାଡେଲିନ୍ କହିଥିଲେ ଯେ ସେ ଜୀବିତ ଅଛନ୍ତି, ତାଙ୍କୁ କୁହାଯାଇଥିଲା, ତୁମେ ପ୍ରମାଣ କର ଯେ ତୁମେ ଜୀବିତ ବୋଲି । ଏହି ପ୍ରସଙ୍ଗରେ ମଡେଲିନ୍ କହିଛନ୍ତି, ଦୁର୍ନୀତି ଏବଂ ଅବହେଳା ଯୋଗୁଁ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି । କାରଣ ଏଥିପାଇଁ ସେ ନାନା ସମସ୍ୟା ଭୋଗୁଛନ୍ତି । ଅପରପକ୍ଷେ ଏହି ସମଗ୍ର ପ୍ରସଙ୍ଗରେ ସାମାଜିକ ସୁରକ୍ଷା ପରାମର୍ଶଦାତା ବୋର୍ଡ କହିଛି ଯେ ସରକାରୀ ଅବହେଳା ହେତୁ ମ୍ୟାଡେଲିନ୍ଙ୍କ ପରି ପ୍ରାୟ ୧୨ ହଜାର ଲୋକଙ୍କୁ ଜୀବିତ ଥାଇ ମଧ୍ୟ ପ୍ରତିବର୍ଷ ମୃତ ଘୋଷଣା କରାଯାଇଥାଏ ।