ଆମେରିକା ରାଷ୍ଟ୍ରପତି ନିର୍ବାଚନ , କମଳା ଙ୍କୁ ସମର୍ଥନ ଦେଲେ ଓବାମା ..
1 min readଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ତେବେ ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ରୁ ଓହରି ଯାଇଛନ୍ତି ବାଇଡେନ । ଏହାପରେ ବାଇଡେନ୍ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଥିଲେ ।
ତେବେ ଏହାରି ମଧ୍ୟରେ କମଲା ହାରିସ୍ଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଓ ତାଙ୍କ ପତ୍ନୀ ମିସେଲ ଓବାମା । ଦୁହେଁ ଶୁକ୍ରବାର (ଜୁଲାଇ ୨୬) ଫୋନ୍ ଯୋଗେ କମଳା ହାରିସଙ୍କୁ ସମର୍ଥନ ଜଣାଇଛନ୍ତି। ବାରାକ ଓବାମା ମଧ୍ୟ ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମିସେଲ ହାରିସଙ୍କୁ କହିଛନ୍ତି, ଆମେ ତୁମ ପାଇଁ ଗର୍ବିତ। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଓବାମା ଓ ତାଙ୍କ ପତ୍ନୀ କମଳା ହାରିସଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।