Pratidin TV

Odisha's Digital News Platform

ଆମେରିକା ରାଷ୍ଟ୍ରପତି ନିର୍ବାଚନ:ପଛରେ ହାରିସ,ଆଗରେ ଟ୍ରମ୍ପ…

1 min read

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଥିବାବେଳେ ଅନ୍ୟପଟେ ରହିଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ। ଦେଶର ବିଭିନ୍ନ ପୁଲିଂ ବୁଥରେ ଭୋଟିଂ ଚାଲିଥିବା ବେଳେ ଏମିତି ଏକ ସହର ରହିଛି, ଯାହାର ନିର୍ବାଚନ ଫଳା ସାମ୍ନାକୁ ଆସିଛି। ଆମେରିକାର ଡିକ୍ସଭିଲ ନଚ୍ର ଭୋଟରମାନେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି।

ଭୋଟ ଦେଇ ହ୍ବାଇଟ ହାଉସକୁ କାହାକୁ ପଠାଇବାକୁ ଚାହୁଁଛନ୍ତି, ତା’ର ନିଷ୍ପତ୍ତି ନେଇ ସାରିଛନ୍ତି। “ଆସନ୍ତାକାଲି ଓ ୧୧ ତାରିଖ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି” ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଅତ୍ୟନ୍ତ ଛୋଟ ଅଞ୍ଚଳ ହେଉଛି ଡିକ୍ସଭିଲ ନଚ। ଏଠାରେ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟାଇ ହୋଇଛି। ଅର୍ଥାତ ଉଭୟ ତିନୋଟି ଲେଖାଏ ବାଲଟ ପାଇଛନ୍ତି। ଡିକ୍ସଭିଲ ନଚ ବାସିନ୍ଦାମାନେ ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସର୍ବସମ୍ମତି କ୍ରମେ ଭୋଟ ଦେଇଥିଲେ। ଜାନୁଆରୀରେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲିଙ୍କୁ ଡିକ୍ସଭିଲ ନଚ ଭୋଟରମାନେ ଏକତରଫା ସମର୍ଥନ ଦେଇଥିଲେ। ତେବେ ସେ ରାଷ୍ଟ୍ରପତି ରେସ୍‌ରୁ ଓହରି ଯାଇଥିଲେ। ଲାଗୁଥିଲା ଟ୍ରମ୍ପ ଏଠାରେ ପୁଣି ସମର୍ଥନ ପାଇବେ। କିନ୍ତୁ ଏଠାରେ ସ୍ଥିତି ସମାନ ରହିଛି। ଉଭୟ ହାରିସ ଓ ଟ୍ରମ୍ପ ୩ଟି ଲେଖାଏ ବାଲଟ ପାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *