Pratidin TV

Odisha's Digital News Platform

‘ଲଅରିଅଲ୍‌’ ପ୍ରଡକ୍ଟକୁ ନେଇ ବିବାଦ : କ୍ୟାନସରର କାରଣ ସାଜିଛି ଲଅରିଅଲ୍‌’ ହେୟାର ପ୍ରଡକ୍ଟ

1 min read

ନୂଆଦିଲ୍ଲୀ : ଆଜ୍ଞା ହଁ ଟିକେ ଧ୍ୟାନ ଦେଇ ପଢନ୍ତୁ ଏହି ପୋଷ୍ଟଟିକୁ । କାରଣ ଆପଣ ଦୈନନ୍ଦିନ ଜୀବନରେ ବ୍ୟବହୃତ କରୁଥିବା ହେୟାର ପ୍ରଡକ୍ଟ ଉପରେ ଉଠିଛି ଆଙ୍ଗୁଠି । ସେ ପୁଣି ଛୋଟ ମୋଟ କମ୍ପାନୀ ନୁହେଁ ବରଂ ଫ୍ରାନ୍ସର ଏକ ବହୁ ନାମୀ ଦାମୀ ପ୍ରଡକ୍ଟ ଲଅରିଅଲ୍‌ ।

ଜଣେ ଆମେରିକୀୟ ମହିଳା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆମେରିକାର ଜେନି ମିଚେଲ୍ ନାମକ ଜଣେ ମହିଳା ଲଅରିଆଲ୍ ରାସାୟନିକ କେଶ ସିଧା କରିବା ସାମ୍ପୁକୁ ବ୍ୟାବହାର କରିବା ପରେ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଦାବି କରିଛନ୍ତି ତାଙ୍କ ଓକିଲ ।

Advertisement

ସେହିପରି ମହିଳା ଜେନି ମିଚେଲ ସିଭିଲ ମକଦ୍ଦମାରେ କହିଛନ୍ତି ଯେ ସେ ଏହି ପ୍ରଡକ୍ଟକୁ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ବ୍ୟବହାର କରିଆସୁଛନ୍ତି । ଏହାପରେ ହିଁ ସେ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଯାହା ତାଙ୍କୁ ସମ୍ପୂର୍ଣ୍ଣ  hysterectomy ଗର୍ଭାଶୟକୁ ଅପରେସନ ଦ୍ୱାରା କାଟି ବାହର କରିବାପାଇଁ ବାଧ୍ୟ କରିଥିଲା ।

ଏନେଇ ଆମେରିକୀୟ ମହିଳା ଜଣଙ୍କ ଲଅରିୟଲର ପ୍ରଡକ୍ଟ ଉପରେ ମକଦ୍ଦମା ଦାୟର କରିଛନ୍ତି । କାରଣ ସେ ଚିକିତ୍ସିତ ହେଉଥିବା ନ୍ୟାସନାଲ କ୍ୟାନସର ସେଣ୍ଟରରେ ଏହା ପ୍ରମାଣ ହେବା ପରେ ମହିଳା ଜଣଙ୍କ ଏଭଳି ପଦକ୍ଷେପ ଉଠାଇଥିଲେ । ତେବେ ନ୍ୟାସନାଲ କୟାନସର ପ୍ରତିଷ୍ଟାନର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲଅରିୟଲର କେମିକାଲ ହେୟାର ଷ୍ଟ୍ରେଟନିଙ୍ଗ୍ ପ୍ରଡକ୍ଟରେ ଗର୍ଭାଶୟ କର୍କଟ ଉପୁଯାଉଥିବା କିଛି କେମିକାଲ ରହିଛି ।

ସେଠାରେ ଏକ ପରୀକ୍ଷଣରୁ ଜଣାପଡିଛି । ଯେ ଯେଇଁ ମହିଳାମୋନ ଏହି ହେୟାର ଷ୍ଟ୍ରେଟନିଙ୍ଗ ପ୍ରଡକ୍ଟକୁ ବର୍ଷକୁ ୪ ଥରରୁ ଅଧିକ ବ୍ୟବହାର କରିଥିବେ ସେମାନଙ୍କ ସହ ଯେଇଁମାନେ ଏହି ପ୍ରଡକ୍ଟକୁ ବର୍ଷକ ଭିତରେ ଆଦୈବ୍ୟବହାର କରିନଥିବା ମହିଳା ମାନଙ୍କ ସହ ତୁଳନା କଲେ । ଏହି ଗର୍ଭଶୟ କର୍କଟ ପ୍ରଡକ୍ଟକୁ ବ୍ୟବହାର କରିଥିବା ମହିଳାଙ୍କ ଠାରେ ହିଁ ଦେଖାଦେଇଛି । ବର୍ତ୍ତମାନ ଏହି ଗର୍ଭଶୟ କର୍କଟ ଯୁକ୍ତରାଷ୍ଟ୍ରର ମହିଳା ମାନଙ୍କଠାରେ ଅଧିକ ଦେଖାଦେଇଛି ।

ତେବେ ଏହି ପରିପ୍ରେକ୍ଷୀରେ ଲେରିଅଲର ମାଲିକ କ୍ରମ୍ପ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ । ଶ୍ରୀମତୀ ମିଚେଲ କରିଥିବା ମାମଲା/ମକଦ୍ଦମା ଟି ହେଉଛି ସେହି ଅସଂଖ୍ୟ ମାମଲ ମଧ୍ୟରୁ ଗୋଟିଏ ଯାହା ଯୁକ୍ତରାଷ୍ଟ୍ରର କଳାବର୍ଣ୍ଣର ମହିଳା ମାନଙ୍କ ଲାଭକୁ ବୃଦ୍ଧି କରିବାର ଏକ ଷଡଯନ୍ତ୍ର ।

Leave a Reply

Your email address will not be published. Required fields are marked *