ସରକାର ଘୋଷଣା କଲେ ରାଷ୍ଟ୍ରିୟ ବିପତ୍ତି : ପୋଡି ପାଉଁସ ହେଲାଣି ୩୫ ଏକର ଜଙ୍ଗଲ , ନେଲାଣି ୧୩ ଜୀବନ ..
1 min readନୂଆଦିଲ୍ଲୀ : ଚିଲି ଜଙ୍ଗଲରେ ଲାଗିଛି ନିଆଁ । ଚାଲିଗଲାଣି ୧୩ ଜଣଙ୍କ ଜୀବନ । ପୋଡି ପାଉଁଶ ହେଲାଣି ୩୫ ହଜାର ଏକର ଜଙ୍ଗଲ । ଦକ୍ଷିଣ ଆମେରିକା ଦେଶର ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ଏଭଳି ସ୍ଥିତିକୁ ଦେଖି ଚିଲି ସରକାର ଏହାକୁ ରାଷ୍ଟ୍ରୀୟ ବିପତି ଘୋଷଣା କରିଛନ୍ତି ।
ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁ ଯୋଗୁ ସାରା ଦେଶର ତାପମାତ୍ରା ବୃଦ୍ଧି ପାଇଛି । ରାଜଧାନୀ ସାଂଟିଆଗୋରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣରେ ସ୍ଥିତ ବାୟୋବିୟୋ ଅଂଚଳରେ ସହର ସେଂଟା ଜୁଆନାରେ ଜଣେ ଫାୟାରଫାଇଟର ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଚିଲିର ଦକ୍ଷିଣରେ ଓରେକେନିୟାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ନିୟୋଜିତ ଥିବା ଏକ ହେଲିକପ୍ଟର କ୍ରାସ ହେବା ଫଳରେ ଜଣେ ପାଇଲଟ ଓ ଜଣେ ମେକାନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସରକାର ବାୟୋବିୟୋ ଓ ନୁବଲ ଅଂଚଳରେ ଏମରଜେନ୍ସି ଘୋଷଣା କରିଛନ୍ତି, ପରେ ଏଠାରେ ସେନା ମୁତୟନ କରାଯାଇଛି। ଚିଲିର ପ୍ରାୟ ୧୨ଟି ସ୍ଥାନରେ ନିଆଁ ଲାଗିଛି । ଆଉ ଏହି ଜଙ୍ଗଲ ନିଆଁରେ ପ୍ରାୟ ଶହ ଶହ ଘର ପୋଡି ପାଉଁଶ ହୋଇଗଲାଣି । ଆଗାମୀ ଦିନରେ ଏହା ଆହୁରି ଭୟାବହ ହେବ ବୋଲି ଅନୁମାନ କରାଯାଉଛି ।