Pratidin TV

Odisha's Digital News Platform

(ଭିଡିଓ) ଚାହୁଁ ଚାହୁଁ ମଞ୍ଝ ଉପରେ ପଡିଗଲେ ରାଷ୍ଟ୍ରପତି , ଭାଇରାଲ ହେଲା ଭିଡିଓ ….

1 min read

ନୂଆଦିଲ୍ଲୀ : ମଞ୍ଝ ଉପରେ ପଡିଗଲେ ରାଷ୍ଟ୍ରପତି ଜୋ ବାଇଡେନ । ଭାଇରାଲ ହେଉଛି ଭିଡିଓ । ଆମେରିକାର ସବୁଠୁ ଅଧିକ ବୟସ୍କ ରାଷ୍ଟ୍ରପତି ବାଇଡେନ ସଭାମଞ୍ଚରେ ଝୁଣ୍ଟି ଥିବା ଖବର ନିଆଁ ଭଳି ସରା ଦେଶରେ ବ୍ୟାଡିଯାଇଛି । ଏବଂ ସେହି ସମୟର ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଗୁରୁବାର କଲୋରାଡୋରେ ଆୟୋଜିତ ବାୟୁସେନା ଏକାଡେମୀର ସ୍ନାତକ ସମାରୋହ ମଞ୍ଝରେ ଅଭିଭାଷାଣ ସାରି ଫେରୁଥିବା ସମୟରେ ବାଲି ବସ୍ତାକୁ ଝୁଣ୍ଟି ପଡିଯାଇଥିଲେ । ତେବେ ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଟେଲି ପ୍ରମ୍ପଟର୍ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା। ୯୨୧ ଜଣ ସ୍ନାତକ କ୍ୟାଡେଟଙ୍କ ସହିତ କରମର୍ଦ୍ଦନ କରିବା ଲାଗି ମଞ୍ଚ ଉପରେ ରାଷ୍ଟ୍ରପତି ବାଇଡେନ୍ ପ୍ରାୟ ଦେଢ଼ଘଣ୍ଟା କାଳ ଠିଆ ହୋଇଥିଲେ। ଏହାପରେ ମଞ୍ଚରୁ ଓହ୍ଲାଇବା ସମୟରେ ଝୁଣ୍ଟି ପଡିଯାଇ ଥିଲେ ବାଇଡେନ୍। ଏହାଦେଖି କିଛି ସେକେଣ୍ଡ ମଧ୍ୟରେ ସୁରକ୍ଷା କର୍ମୀ ଓ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ । ଏହାପରେ ବାଇଡେନ ସଭାରେ ଥିବା ଅନ୍ୟମାନଙ୍କ ସହ ହାତ ମିଳାଇଲେ ଓ ଥମସ୍ ଅପ୍ ବି କଲେ। ଏହି ଘଟଣା ପରେ ବାଇଡେନ ସୁସ୍ଥ ଥିବା ଓ କୌଣସି ଆଘାତ ହୋଇ ନ ଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *