Pratidin TV

Odisha's Digital News Platform

ମିସ୍ ୟୁନିଭର୍ସ ୨୦୨୨ ହେଲେ ଆମେରିକୀୟ ‘ଆର୍ ବୋନୀ’ , ବାଦ୍ ପଡିଲେ ଭାରତ ସୁନ୍ଦରୀ ଦିବିତା..

1 min read

ନୂଆଦିଲ୍ଲୀ : ଆମେରିକାର ଆର ବୋନୀ ଗାବ୍ରିଏଲ୍ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’ । ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ କଲେ ଅର୍ଜନ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍ । ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର ବୋନୀ ଗାବ୍ରିଏଲ ।

Advertisement

ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ ବିଜୟ ମୁକୁଟ ପିନ୍ଧାଛନ୍ତି । ଗାବ୍ରିଏଲ୍ ଆମେରିକାର ହ୍ୟୁଷ୍ଟନ୍, ଟେକ୍ସାସ୍ର ବାସିନ୍ଦା ଥିବା ବେଳେ ବୃତିରେ ସେ ଜଣେ ଫ୍ୟାଶନ ଡିଜାଇର୍ନ । ମିସ୍ ୟୁନିଭର୍ସର ଏହି ପ୍ରତିଯୋଗିତା ଆମେରିକାର ନ୍ୟୁ ଅର୍ଲିଅନ୍ ସହରରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭେନେଜୁଏଲାର ଅମାଣ୍ଡା ଡୁଡାମେଲ ନ୍ୟୁମେନ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ଡୋମିନିକାନ୍ ରିପବ୍ଲିକ୍ର ଆଣ୍ଡ୍େର୍ରଆ ମାର୍ଟିନେଜ୍ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ।

ତେବେ ଭାରତର ପ୍ରତିନିଧିତ୍ୱ କରିଥିବା ୨୫ ବର୍ଷୀୟ ଦିବିତା ରାୟ ଶ୍ରେଷ୍ଠ ୧୬ରେ ସ୍ଥାନ ପାଇଥିଲେ ହେଁ ଟପ୍-୫ରୁ ବାଦ୍ ପଡ଼ିଥିଲେ । ଗ୍ରାବିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ । ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସରୁ ସେ ଫ୍ୟାଶନ ଡିଜାଇନରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ଗାବ୍ରିଏଲ ତାଙ୍କ ନିଜସ୍ୱ ବ୍ରାଣ୍ଡ ଆର ବୋନି ନୋଲାର ସିଇଓ ଅଛନ୍ତି । ମିସ୍ ଭେନଜୁଏଲା ପ୍ରଥମ ରନର୍ସଅପ ହୋଇଥିବା ବେଳେ ମିସ୍ ଡୋମିନିକାନ ରିପବ୍ଲିକ ଦ୍ୱିତୀୟ ରନର୍ସ ଅପ ଟାଇଟେଲ ଜିତିଛନ୍ତି ।

ଆର ବୋନୀ ୧୯୯୪ ମସିହା ମାର୍ଚ୍ଚ ୨୦ରେ ଟେକ୍ସାସର ସାନ ଆଣ୍ଟୋନିଓରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ରେମିଗିଓ ବୋନଜୋ ଆର ବନ ଗ୍ରାବିଏଲଙ୍କ ଝିଅ। ବୋନୀ ହେଉଛନ୍ତି ଜଣେ ଇକୋ ଫ୍ରେଣ୍ଡଲୀ ଫ୍ୟାଶନ ଡିଜାଇନର। କଳା, କ୍ରୀଡ଼ା ଓ ଟ୍ରାଭେଲରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ସ୍କୁଲ ସମୟରେ ଭଲିବଲ ଖେଳୁଥିବା ବୋନୀ ଶେଷରେ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଫ୍ୟାବ୍ରିକ ଓ ଟେକ୍ସଟାଲ ଡିଜାଇନ ଆରମ୍ଭ କରିଥିଲେ। ଉତ୍ତର ଟେକ୍ସାସରେ ଥିବା ବିଶ୍ୱବିଦ୍ୟାଳୟରୁ ସେ ଫ୍ୟାଶନ ଡିଜାଇନରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ନିଜସ୍ୱ କମ୍ପାନୀ ଆର ବୋନୀ ନୋଇଆର ସିଇଓ ଭାବେ କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *