Pratidin TV

Odisha's Digital News Platform

କେଶକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିବ ଭୃସଙ୍ଗପତ୍ର…

1 min read


ଆମେ ଅନେକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଭୃସଙ୍ଗପତ୍ରର ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଭୃସଙ୍ଗ ପତ୍ର ଆମ କେଶ ପାଇଁ କେତେ ଉପକାରୀ ହୋଇଥାଏ? ଆପଣଙ୍କର ଯଦି କେଶ ସମ୍ବନ୍ଧୀତ କିଛି ସମସ୍ୟା ରହଛିି ତେବେ ଆପଣ କେଶ ବା ଚୁଟିରେ ଭୃସଙ୍ଗ ପତ୍ର ମଧ୍ୟ ବ୍ୟବହାର କରିପାରିବେ । ଏହା କେଶର ବୃଦ୍ଧି ପାଇଁ କାମ କରେ । ଏହା କେଶକୁ ଲମ୍ବା, ମୋଟା ଏବଂ ଶକ୍ତିଶାଳୀ ମଧ୍ୟ କରିଥାଏ । ଭୃସଙ୍ଗ ପତ୍ରରେ ଭିଟାମିନ୍‌, ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଥାଏ । କେଶକୁ ସୁରକ୍ଷା ଦେଇଥାଏ । ତେବେ ଆପଣ କିପରି ଭାବେ କେଶରେ ଭୃସଙ୍ଗ ପତ୍ର ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା ।


ପ୍ରଥମେ ଆପଣ କିଛି ସତେଜ ଭୃସଙ୍ଗରୀ ପତ୍ର ନିଅନ୍ତୁ । ଏଥିରେ କିଛି ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ୱଚା ଏବଂ ଚୁଟିରେ ଲଗାନ୍ତୁ । ଏବଂ ୪୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ । ଏପରି ସପ୍ତାହରେ ଦୁଇଥର ଆପଣ ଭୃସଙ୍ଗ ପତ୍ର ମାସ୍କ କେଶରେ ବ୍ୟବହାର କରିପାରିବେ । ଏହା କେଶ ବୃଦ୍ଧି କରିଥାଏ ।

Advertisement


ଭୃସଙ୍ଗ ପତ୍ର ଏବଂ ମନ୍ଦାର ଫୁଲ ପ୍ୟାକ୍ ।
କିଛି ମନ୍ଦାର ଫୁଲ ନିଅନ୍ତୁ । ଏଥିରେ କିଛି ଭୃସଙ୍ଗ ପତ୍ର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶ ବା ତ୍ୱଚାରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପରେ ଏହାକୁ ଧୋଇ ଦିଅନ୍ତୁ । ଏହି ହେୟାର ପ୍ୟାକ୍ କେଶର ଚମକକୁ ବଢାଇଥାଏ ।


ଭୃସଙ୍ଗ ପତ୍ର ଏବଂ ଆଲୋଭେରାର ପ୍ୟାକ୍ ।
କିଛି ଭୃସଙ୍ଗ ପତ୍ର ନିଅନ୍ତୁ । ଏଥିରେ ଆଲୋ ଭେରାଜେଲ୍ ମିଶାନ୍ତୁ । ବର୍ତ୍ତମାନ ଏହି ଜିନିଷଗୁଡିକ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରି ଏହାକୁ କେଶ ଏବଂ ତ୍ୱଚାରେ ଲଗାନ୍ତୁ । ଏବଂ କିଛି ସମୟ ଭଲ ଭାବେ ମସାଜ୍ କରନ୍ତୁ । ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର କେଶ ପାଇଁ ଆଲୋ ଭେରା ଏବଂ ଭୃସଙ୍ଗ ପତ୍ର ପେଷ୍ଟ ବ୍ୟବହାର କରିପାରିବେ ।


ଭୃସଙ୍ଗ ପତ୍ର ଏବଂ କଦଳୀ ପେଷ୍ଟ ।
ଅଧା କପ୍ ସତେଜ ଭୃସଙ୍ଗ ପତ୍ର ନିଅନ୍ତୁ । ଏଥିରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟରେ କଦଳୀ ମିଶାନ୍ତୁ । ତ୍ୱଚା ଏବଂ କେଶରେ କିଛି ସମୟ ପାଇଁ କଦଳୀ ପେଷ୍ଟ ଲଗାନ୍ତୁ । ଏହି ପ୍ୟାକ୍ କୁ ୪୦ ମିନିଟ୍ ପାଇଁ ଛାଡିଦିଅ । ଏହା ପରେ ସାମାନ୍ୟ ସାମ୍ପୁ ସହିତ କେଶ ଧୋଇ ଦିଅନ୍ତୁ । ଆପଣ ସପ୍ତାହରେ ଦୁଇଥର ତରକାରୀ ପତ୍ର ଏବଂ କଦଳୀ ପେଷ୍ଟ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *