Pratidin TV

Odisha's Digital News Platform

Youtube ରେ ଖାଲି ଭିଡିଓ ଦେଖିବାକୁ ହେଲେ ୟୁଜର୍ସଙ୍କୁ ଦେବାକୁ ପଡିବ ଟଙ୍କା

1 min read

ୟୁଟ୍ୟୁବ ସମସ୍ତେ ଦେଖିଥାନ୍ତି | ଛୋଟରୁ ବଡ ସମସ୍ତେ ୟୁଟ୍ୟୁବ ଦେଖିବାକୁ ପସନ୍ଦ କରିଥାନ୍ତି | ୟୁଟ୍ୟୁବ ଏପରି ଏକ ମାଧ୍ୟମ ଯେଉଁଠାରେ ମନୋରଞ୍ଜନ ହେବା ସହ ସହ ଶିକ୍ଷା ମସାଧ୍ୟ ଗ୍ରହଣ କରି ହୋଇଥାଏ | ୟୁଟ୍ୟୁବରେ ମାଗଣାରେ ଭିଡ଼ିଓ ଦେଖିବାକୁ ମିଳିଥାଏ | ତେବେ ୟୁଟ୍ୟୁବ ସମସ୍ତେ ବ୍ୟବହାର କରିଥାନ୍ତି | ତେବେ ୟୁଟ୍ୟୁବ ବ୍ୟବହାରକାରୀଙ୍କ ଏବେ ଆଶ୍ଚର୍ଯ୍ୟ ଜଣକ ଖବର ସାମ୍ନାକୁ ଆସିଛି | ବର୍ତ୍ତମାନ Youtube ରେ ଭିଡିଓ ଦେଖିବାକୁ ହେଲେ ଟଙ୍କା ଦେବାକୁ ପଡିବ । ଟଙ୍କା ଦେଲେ ଯାଇ ଭିଡିଓ ଦେଖି ପାରିବେ । ଏକଥା ଶୁଣି ବ୍ୟସ୍ତ ଲାଗୁଥିବ ନିଶ୍ଚିତ । ତେବେ ବ୍ୟସ୍ତ ହେବାର କାରଣ ନାହିଁ | ଏହା ସମସ୍ତଙ୍କ ପାଇଁ ନୁହେଁ | କହିରଖୁଛୁ ଯେ, Youtube ରେ ଭିଡିଓ ଦେଖିଲେ କାହାକୁ ଟଙ୍କା ଦେବାକୁ ପଡିବ ।

ସୂଚନା ଅନୁଯାୟୀ, ୟୁଟ୍ୟୁବ ବ୍ୟବହାରକାରୀମାନେ ଡିଓ ଦେଖିବା ବେଳେ ବିଜ୍ଞାପନ ଆସିଥାଏ | ଏହା ବିରକ୍ତ ମଧ୍ୟ କରିଥାଏ | ଏହାକୁ ଅଟକାଇ ମଧ୍ୟ ହୋଇନଥାଏ | ତେବେ ଏବେ ଆପଣ ଚାହିଁଲେ ବିନା ବିଜ୍ଞାପନରେ Youtube ଭିଡିଓ ଦେଖିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Advertisement

Youtube ନିଜ ଗ୍ରାହକଙ୍କ ପାଇଁ ପ୍ରିମିୟମ ସବସ୍କ୍ରିପସନ ଆଣିଛି । ଏହାକୁ ବ୍ୟବହାର କରି ବିଜ୍ଞାପନ ଦେଖିବାରୁ ମୁକ୍ତି ପାଇପାରିବେ । କମ୍ପାନୀ ଏବେ ଭାରତରେ ଏହି ପ୍ଲାନ ଲାଗୁ କରିଛି ।

ଭାରତରେ Youtube ର ଏହି ସବସ୍କ୍ରିପସନ ପ୍ଲାନ ଭିନ୍ନ ଭିନ୍ନ ଦାମ ନେଇ ଆସିଛି | ତେବେ ଏହି ପ୍ଲାନ ଗୁଡିକ ହେଲା –

୧୨୯ ଟଙ୍କାର ପ୍ରିମିୟମ ପ୍ଲାନରେ- ଏକ ମାସ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ ।

୩୯୯ ଟଙ୍କା ପ୍ରିମିୟମ ପ୍ଲାନରେ- ୩ ମାସ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ ।

୧୨୯୦ ଟଙ୍କା ପ୍ରିମିୟମ ପ୍ଲାନରେ- ୧୨ ମାସ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ |

ଏମିତି ସ୍ଥିତିରେ Youtube ପ୍ରିମିୟମ୍ ସବସ୍କ୍ରାଇବର୍ସଙ୍କ ପାଇଁ ନୂଆ ପ୍ଲାନ ଆଣିବାକୁ ଯାଉଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ପ୍ରିମିୟମ ସବସ୍କ୍ରିପସନ ପ୍ଲାନ ଉପରେ କାମ ଚାଲିଛି । ଆମେ ପ୍ଲାନକୁ ବଢ଼ାଇବାକୁ ଯାଉଛି । ଆମେ ଦେଖୁଛୁ ଏହି ନୂଆ ପ୍ଲାନ କେଉଁ ୟୁଜର୍ସଙ୍କ ପାଇଁ ହୋଇପାରିବ । ଏହା ସାଙ୍ଗସାଥୀଙ୍କ ସହ ଏହି ପ୍ଲାନକୁ ସେୟାର କରିପାରିବେ । ଅର୍ଥାତ ଆପଣଙ୍କୁ ଏହାସହ ସେୟାର ବେନିଭିଟ ମଧ୍ୟ ଦିଆଯାଉଛି । ଏହା ୟୁଜର୍ସଙ୍କ ପାଇଁ ବହୁତ ଖାସ ହେବାକୁ ଯାଉଛି । ତେବେ ଭିଡିଓ ସହ ବିଜ୍ଞାପନ ଦେଖିଲେ ଆପଣଙ୍କୁ ବର୍ତ୍ତମାନ ପରି କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ |

Leave a Reply

Your email address will not be published. Required fields are marked *